ରେଳ ବଜେଟ୍: ଓଡ଼ିଶା ପାଇବ ୪୩୭୩ କୋଟି, ପୂର୍ବାପେକ୍ଷା କମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶା ପାଇଁ ଆବଣ୍ଟିତ ଅର୍ଥ ରାଶି ହ୍ରାସ ପାଇଛି। ୨୦୧୯-୨୦ ମସିହା ତୁଳନାରେ ଓଡ଼ିଶାକୁ ପ୍ରାୟ ୧୬୨୦କୋଟି ଟଙ୍କାର କମ୍ ପାଣ୍ଠି ମିଳିଛି। ଚଳିତ ଆର୍ଥିକବର୍ଷରେ ଓଡ଼ିଶାର ମୋଟ ପ୍ରକଳ୍ପ ବ୍ୟୟ ଅଟକଳ ୫୯୯୩ କୋଟି ଟଙ୍କା ଥିବାବେଳେ ଆସନ୍ତା(୨୦୨୦-୨୧) ଆର୍ଥିକ ବର୍ଷର ବଜେଟରେ ମାତ୍ର ୪୩୭୩ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ସମ୍ବଲପୁରସ୍ଥିତ ମାନେଶ୍ୱରଠାରେ ନୂଆ ୱାଗନ ମରାମତି ୱାର୍କସପ୍ […]

rail

rail

Manoranjan Sial
  • Published: Wednesday, 05 February 2020
  • Updated: 05 February 2020, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶା ପାଇଁ ଆବଣ୍ଟିତ ଅର୍ଥ ରାଶି ହ୍ରାସ ପାଇଛି। ୨୦୧୯-୨୦ ମସିହା ତୁଳନାରେ ଓଡ଼ିଶାକୁ ପ୍ରାୟ ୧୬୨୦କୋଟି ଟଙ୍କାର କମ୍ ପାଣ୍ଠି ମିଳିଛି। ଚଳିତ ଆର୍ଥିକବର୍ଷରେ ଓଡ଼ିଶାର ମୋଟ ପ୍ରକଳ୍ପ ବ୍ୟୟ ଅଟକଳ ୫୯୯୩ କୋଟି ଟଙ୍କା ଥିବାବେଳେ ଆସନ୍ତା(୨୦୨୦-୨୧) ଆର୍ଥିକ ବର୍ଷର ବଜେଟରେ ମାତ୍ର ୪୩୭୩ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ସମ୍ବଲପୁରସ୍ଥିତ ମାନେଶ୍ୱରଠାରେ ନୂଆ ୱାଗନ ମରାମତି ୱାର୍କସପ୍ ସ୍ଥାପନ ପାଇଁ ୨୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଏନଟିପିସିର ଝାରସୁଗୁଡ଼ା-ବରପାଲି କୋଇଲା କରିଡରରେ ମୋଟ ୧୪୦୦କୋଟି ଟଙ୍କାର ପ୍ରକଳ୍ପକୁ ମିଶାଇ ମୋଟ ୫୯୯୩ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ଏହି କୋଇଲା କରିଡ଼ର ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇସାରିଥିବାରୁ ଉକ୍ତ ପ୍ରକଳ୍ପକୁ ଏଥର ବଜେଟରେ ସାମିଲ କରାଯାଇ ନାହିଁ।

ସେହିପରି ବଜେଟରେ ୨୪୧କିମିର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳଲାଇନ ନିର୍ମାଣ କାର୍ଯ୍ୟ ମଞ୍ଜୁର ହୋଇଛି। ଏଥିପାଇଁ ୨୯୫୭କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲେ ସୁଦ୍ଧା ନୀତି ଆୟୋଗଙ୍କ ଚୂଡ଼ାନ୍ତ ଅନୁମୋଦନ ଆବଶ୍ୟକ ବୋଲି କୁହାଯାଇଛି ।

ବହୁଚର୍ଚ୍ଚିତ ଖୋର୍ଦ୍ଧା ରୋଡ୍ - ବଲାଙ୍ଗୀର ରେଳଲାଇନ ପାଇଁ ୫୨୦କୋଟି ଟଙ୍କା ମଞ୍ଜୁର ହୋଇଛି। ଚଳିତ ଆର୍ଥିକ ବର୍ଷରେ ଏହି ରେଳଲାଇନ ପାଇଁ ୩୫୦କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ରେଳପଥର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୋଳ-ସୁକିନ୍ଦା ରେଳମାର୍ଗ ପାଇଁ ୪୫୦କୋଟି ଟଙ୍କା ଆବଣ୍ଟନ ହୋଇଛି। ୨୦୧୯-୨୦ରେ ଏଥିପାଇଁ ୨୫୦କୋଟି ଟଙ୍କା ଆବଣ୍ଟିତ ହୋଇଥିଲା।

ହରିଦାସପୁର-ପାରାଦୀପ ରେଳମାର୍ଗ ନିର୍ମାଣ କାର୍ଯ୍ୟ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସାରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଶେଷ ନିମନ୍ତେ ମାତ୍ର ୧୦୦କୋଟି ଟଙ୍କା ଆବଣ୍ଟନ ହୋଇଛି। ୨୦୧୯-୨୦ରେ ଏହି ପ୍ରକଳ୍ପ ପାଇଁ ୪୦୦କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ।ସମ୍ବଲପୁର-ତାଳଚେର, ଟିଟିଲାଗଡ଼-ରାୟଗଡ଼ା, ସମ୍ବଲପୁର-ଟିଟିଲାଗଡ଼ ଓ ଟିଟିଲାଗଡ଼-ରାୟପୁର ରେଳମାର୍ଗର ଦୋହରୀକରଣ କାର୍ଯ୍ୟ ମଧ୍ୟ କରାଯିବ। ଖୋର୍ଦ୍ଧା ରୋଡ୍ - ବଲାଙ୍ଗିର ରେଳପଥ ଓ ଲାଞ୍ଜିଗଡ଼ ରୋଡ୍ - ଜୁନାଗଡ଼ ରୋଡ୍ ରେଳମାର୍ଗରେ ବିଦ୍ୟୁତିକରଣ କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ କରାଯିବ।

ସେହିପରି ନିରାପତ୍ତା ଦୃଷ୍ଟିରୁ ସମସ୍ତ ଲେଭଲ କ୍ରସିଂକୁ ଉଚ୍ଛେଦ କରି ରୋଡ୍ ଓଭରବ୍ରିଜ୍ ନିର୍ମାଣ କରିବା ଓ ରୋଡ୍ ଅଣ୍ଡର ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ହାତକୁ ନିଆଯିବ । ଏଥିପାଇଁ ୧୧୬୫କୋଟି ଟଙ୍କାର ବନ୍ଦୋବସ୍ତ ହୋଇଛି ।

ଅନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ପାଣ୍ଠି ଆବଣ୍ଟନ କରାଯାଇଛି । ପ୍ରତ୍ୟେକ ପ୍ରକଳ୍ପର ଆବଶ୍ୟକତା ଆଧାରରେ ପାଣ୍ଠି ଆବଣ୍ଟନ ହୋଇଛି। ତେବେ ପ୍ରତ୍ୟେକ ପ୍ରକଳ୍ପର ସମୀକ୍ଷା କରାଯାଇ ସେହି ଅନୁସାରେ ପାଣ୍ଠି ଆବଣ୍ଟନ କରାଯିବ।

ପୂର୍ବତଟ ରେଳପଥକୁ ବାଦ୍ ଦେଲେ ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ରାଉରକେଲା-ଝାରସୁଗୁଡ଼ାର ୧୧୦କିମି ରେଳମାର୍ଗରେ ନୂତନ ଭାବେ ତୃତୀୟ ଲେନ୍ ନିର୍ମାଣ କାର୍ଯ୍ୟ ପାଇଁ ୧୭୦କୋଟି ଟଙ୍କା, ମନୋହରପୁର-ବଣ୍ଡମୁଣ୍ଡାର ୩୦କିମି ରେଳପଥରେ ତୃତୀୟ ଲେନ୍ ନିର୍ମାଣ ପାଇଁ ୪୦କୋଟି ଟଙ୍କା ଓ ରାଉରକେଲା-ବଣ୍ଡମୁଣ୍ଡାର ୧୦କିମି ଦୂରତ୍ୱର ଏ-କେବିନରେ ପଞ୍ଚମ ଲେନ୍ ନିର୍ମାଣ ପାଇଁ ଟୋକନ୍ ୧କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ଅନୁଗୋଳ-ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି ଅନୁଦାନ, ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ପାଇଁ ୩୩ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୨୦ କୋଟି, ଖୋର୍ଦ୍ଧା ରୋଡ-ବିଜୟ ନଗରମ ପାଇଁ ୨୦ କୋଟି, ସମ୍ବଲପୁର-ତାଳଚେର ଲାଇନ ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପାଇଁ ୩୮୨ କୋଟି, ଟିଟିଲାଗଡ଼-ବିଜୟନଗରମ ୩ୟ ଲାଇନ୍ ପାଇଁ ୩୮୦ କୋଟି, ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୮୦ କୋଟି, ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର କନେକ୍ସନ ପାଇଁ ୧୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୧୦୨ କୋଟି, ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୧୧୮ କୋଟି, ବୁଢ଼ାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୨୦୫ କୋଟି, କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୧ କୋଟି, ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୨୮୦ କୋଟି, ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୧୭୦ କୋଟି ପ୍ରଦାନ ବ୍ୟୟଅଟକଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story