ପ୍ରସ୍ତାବିତ ରେଳଡ଼ବା ମରାମତି କାରଖାନା ସ୍ଥାନାନ୍ତର ବିରୋଧରେ ନର୍ଲାରେ କଂଗ୍ରେସର ରେଳରୋକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ପ୍ରସ୍ତାବିତ  ରେଳଡ଼ବା ମରାମତି କାରଖାନାକୁ ଆନ୍ଧ୍ରପ୍ରଦେଶର  ବିଶାଖାପାଟଣାକୁ  ସ୍ଥାନାନ୍ତର ପ୍ରତିବାଦରେ ବୁଧବାର ନର୍ଲା ବ୍ଲକ୍ କଂଗ୍ରେସ ପକ୍ଷରୁ ନର୍ଲାରେ ରେଳରୋକ  କରାଯାଇଛି। ଫଳରେ ନର୍ଲା ଦେଇ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳରୋକ ଯୋଗୁଁ କୋରାପୁଟ-ରାଉରକେଲା ପାସେଞ୍ଜର ଟ୍ରେନ୍ ଓ ସମ୍ୱଲପୁର- ରାୟଗଡ଼ା ତପସ୍ୱିନୀ ଏକ୍ସପ୍ରେସ୍ ନର୍ଲା ଷ୍ଟେସନରେ ଅଟକି ରହିଛି। ସେହିପରି ବିଜେଡି ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ ଆଜି ପ୍ରତିବାଦ ସଭାର ଆୟୋଜନ କରାଯାଇଛି।

narla

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 09:26 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ପ୍ରସ୍ତାବିତ  ରେଳଡ଼ବା ମରାମତି କାରଖାନାକୁ ଆନ୍ଧ୍ରପ୍ରଦେଶର  ବିଶାଖାପାଟଣାକୁ  ସ୍ଥାନାନ୍ତର ପ୍ରତିବାଦରେ ବୁଧବାର ନର୍ଲା ବ୍ଲକ୍ କଂଗ୍ରେସ ପକ୍ଷରୁ ନର୍ଲାରେ ରେଳରୋକ  କରାଯାଇଛି। ଫଳରେ ନର୍ଲା ଦେଇ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳରୋକ ଯୋଗୁଁ କୋରାପୁଟ-ରାଉରକେଲା ପାସେଞ୍ଜର ଟ୍ରେନ୍ ଓ ସମ୍ୱଲପୁର- ରାୟଗଡ଼ା ତପସ୍ୱିନୀ ଏକ୍ସପ୍ରେସ୍ ନର୍ଲା ଷ୍ଟେସନରେ ଅଟକି ରହିଛି।

ସେହିପରି ବିଜେଡି ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ ଆଜି ପ୍ରତିବାଦ ସଭାର ଆୟୋଜନ କରାଯାଇଛି।

Related story