ପୁରୀ-ଦୁର୍ଗ ଇଣ୍ଟରସିଟି ରହଣି ଦାବିରେ ରେଳରୋକ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲାର ସଇଁତଳା ଷ୍ଟେସନରେ ପୁରୀ-ଦୁର୍ଗ ଇଣ୍ଟରସିଟିର ରହଣି ଦାବିରେ ଆଜି ରେଳରୋକ କରାଯାଇଛି। ସଇଁତଳା ବିକାଶ ପରିଷଦ ଓ ଜନସାଧାରଣଙ୍କ ପକ୍ଷରୁ ଏହି ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ସଇଁତଳା ଷ୍ଟେସନ୍‌ରେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସକୁ ଅଟକାଇ ଦେଇଛନ୍ତି। ଜଣେ ଆନ୍ଦୋଳନକାରୀ କହିଛନ୍ତି,“ସଇଁତଳା ଏକ ପ୍ରମୁଖ ସ୍ଥାନ। ଏଠାରୁ ବହୁ ଲୋକ ପୁରୀ ଓ ରାୟପୁରକୁ ଯିବାଆସିବା କରନ୍ତି। ତେଣୁ ଦୀର୍ଘ ଦିନ ହେଲା ସଇଁତଳା ଷ୍ଟେସନରେ ପୁରୀ-ଦୁର୍ଗ ଇଣ୍ଟରସିଟି ରହଣି ପାଇଁ […]

train

train

Jitendra Garnayak
  • Published: Tuesday, 26 February 2019
  • Updated: 26 February 2019, 08:41 AM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲାର ସଇଁତଳା ଷ୍ଟେସନରେ ପୁରୀ-ଦୁର୍ଗ ଇଣ୍ଟରସିଟିର ରହଣି ଦାବିରେ ଆଜି ରେଳରୋକ କରାଯାଇଛି।

ସଇଁତଳା ବିକାଶ ପରିଷଦ ଓ ଜନସାଧାରଣଙ୍କ ପକ୍ଷରୁ ଏହି ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ସଇଁତଳା ଷ୍ଟେସନ୍‌ରେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସକୁ ଅଟକାଇ ଦେଇଛନ୍ତି।

ଜଣେ ଆନ୍ଦୋଳନକାରୀ କହିଛନ୍ତି,“ସଇଁତଳା ଏକ ପ୍ରମୁଖ ସ୍ଥାନ। ଏଠାରୁ ବହୁ ଲୋକ ପୁରୀ ଓ ରାୟପୁରକୁ ଯିବାଆସିବା କରନ୍ତି। ତେଣୁ ଦୀର୍ଘ ଦିନ ହେଲା ସଇଁତଳା ଷ୍ଟେସନରେ ପୁରୀ-ଦୁର୍ଗ ଇଣ୍ଟରସିଟି ରହଣି ପାଇଁ ଦାବି ହୋଇଆସୁଛି। ସେଥିପାଇଁ ଆଜି ଏହି ରେଳରୋକ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos