ଏଥର ରେଳ ବଜେଟରେ ଓଡ଼ିଶାର ଭାଗ କେତେ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଏଥର କିଭଳି ରହିବ ରେଳ ବଜେଟ୍‌ର ରୂପରେଖ? କେତେ ବଢ଼ିବ ରେଳ ବଜେଟ୍ ପରିମାଣ? କେଉଁସବୁ କ୍ଷେତ୍ରକୁ ଦିଆଯିବ ଗୁରୁତ୍ୱ?  ଏସବୁ ଉପରେ ତ ସାରା ଦେଶର ନଜର ରହିଛି ତେବେ ଏହି ରେଳ ବଜେଟରେ ଓଡ଼ିଶା ପାଇଁ କେତେ ଅର୍ଥ ବ୍ୟୟବରାଦ ହେବ ଏବଂ କେଉଁ  ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ, ଓଡ଼ିଶାବାସୀ ବିଶେଷତଃ ତାକୁ ହିଁ ଜାଣିବାକୁ ଅପେକ୍ଷା କରିଛନ୍ତି । ତେବେ ରେଳ ବଜେଟ୍ ସ୍ୱତନ୍ତ୍ର ଭାବେ ନଆସି, ଆସନ୍ତାକାଲି […]

new-train

Tapas Behera
  • Published: Thursday, 04 July 2019
  • , Updated: 04 July 2019, 07:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଏଥର କିଭଳି ରହିବ ରେଳ ବଜେଟ୍‌ର ରୂପରେଖ? କେତେ ବଢ଼ିବ ରେଳ ବଜେଟ୍ ପରିମାଣ? କେଉଁସବୁ କ୍ଷେତ୍ରକୁ ଦିଆଯିବ ଗୁରୁତ୍ୱ?  ଏସବୁ ଉପରେ ତ ସାରା ଦେଶର ନଜର ରହିଛି ତେବେ ଏହି ରେଳ ବଜେଟରେ ଓଡ଼ିଶା ପାଇଁ କେତେ ଅର୍ଥ ବ୍ୟୟବରାଦ ହେବ ଏବଂ କେଉଁ  ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ, ଓଡ଼ିଶାବାସୀ ବିଶେଷତଃ ତାକୁ ହିଁ ଜାଣିବାକୁ ଅପେକ୍ଷା କରିଛନ୍ତି । ତେବେ ରେଳ ବଜେଟ୍ ସ୍ୱତନ୍ତ୍ର ଭାବେ ନଆସି, ଆସନ୍ତାକାଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ସହିତ ଆଗତ ହେବ।

ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଆଗତ ଅନ୍ତରୀଣ ବଜେଟ୍ରେ ରେଳବାଇକୁ ମିଳିଥିଲା ୧.୫୮ ଲକ୍ଷ କୋଟି ଟଙ୍କା।  ତେବେ  ଏଥର କେତେ ବୃଦ୍ଧି ପାଇବ ରେଳ ବଜେଟ୍? କିଛି ଜାତୀୟ ଗଣମାଧ୍ୟମ ଏହା ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଥିଲେ ମଧ୍ୟ, ମୋଦି  ସରକାର ଏଥର ବି ଗତଥର ଭଳି ରେଳପଥ ପ୍ରସାରଣ ଅପେକ୍ଷା ଯାତ୍ରୀ ସୁରକ୍ଷା ସହ ଟ୍ରେନ୍ ଓ ଷ୍ଟେସନରେ ଆନୁସଙ୍ଗିକ ସୁବିଧାର ବିକାଶ  ଉପରେ ଅଧିକ ଗୁରୁତ୍ୱ ଦେଇପାରନ୍ତି । ତେବେ ବଜେଟରେ କେତେ ରହିବ ଓଡ଼ିଶାର ଭାଗ ତା’ ଉପରେ ରାଜ୍ୟବାସୀଙ୍କ ନଜର ରହିଛି।  ଗତବର୍ଷ  ରାଜ୍ୟକୁ ୫ ହଜାର ୨୫୨ କୋଟି ମିଳିଥିବା ବେଳେ ଗତ ଅନ୍ତରୀଣ ବଜେଟରେ ଏହା ୭ ହଜାର ୧୦ କୋଟିକୁ ବୃଦ୍ଧି ପାଇଥିଲା।  ଚଳିତ ବର୍ଷ  ରେଳ ବଜେଟ ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଦାବି ରଖି ନଥିବା ବେଳେ ନିର୍ମାଣଧୀନ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ  କରାଯିବା ଦରକାର ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି।

ରାଜ୍ୟର ବହୁ ପ୍ରସ୍ତାବିତ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି ।  ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ପ୍ରକଳ୍ପର ସ୍ଥିତି ଉପରେ।  ସବୁଠୁ  ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗିର- ଖୋର୍ଦ୍ଧା  ପ୍ରକଳ୍ପ କାମ ୨୦୨୧ ସୁଦ୍ଧା ସାରିବାକୁ  ଲକ୍ଷ୍ୟ ଥିବା ବେଳେ ୨୮୯ କିଲୋମିଟର ମଧ୍ୟରୁ ଏଯାଏଁ ମାତ୍ର ୧୯  କିଲୋମିଟର ଟ୍ରାକ୍‌ରେ ଟ୍ରେନ୍ ଚାଲୁଛି। ବଲାଙ୍ଗିରରୁ ବିଛୁପାଲି ଯାଏଁ  ଟ୍ରେନ୍ ଗଡିଥିବା ବେଳେ ଏହା ପୁଣି ଜମି ଅଧିଗ୍ରହଣ ସମସ୍ୟାରେ ଛନ୍ଦି  ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ୧୪ଟି ଗାଁରୁ ମାତ୍ର ୪ଟି ଗାଁର ୧୦୪ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର କୌଣସି ଜମି  ଅଧିଗ୍ରହଣ ହୋଇପାରିନାହିଁ ।

ସେପଟେ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ର ଜୀବନରେଖା କୁହାଯାଉଥିବା ତାଳଚେର-ବିମଳାଗଡ଼  ରେଳପଥର ସ୍ଥିତି ଆହୁରି ନୈରାଶ୍ୟଜନକଅ ରହିଛି। ୧୫୪ କିଲୋମିଟର ଦୀର୍ଘ ରେଳପଥରେ ତାଳଚେର ପଟୁ ମାତ୍ର ୪୩ କିଲୋମିଟର ପାଇଁ କାମ  ଚାଲିଛି।  ୩ଟି ଜିଲ୍ଲାର ଅଧିଗ୍ରହଣ ହେବାକୁ ଥିବା ୧ ହଜାର ୪ ଏକର ବେସରକାରୀ ଜମିରୁ କେବଳ ଅନୁଗୁଳ ଜିଲ୍ଲାରେ ୨୯୮ ଏକର  ସରକାରଙ୍କ ହାତକୁ ଆସିଛି। ସେପଟେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଗତ ୩  ବର୍ଷ ହେଲା ବ୍ୟୟ ବରାଦ କରୁଥିଲେ ମଧ୍ୟ କାମ ଇଞ୍ଚେ ବି ଆଗେଇନି।

ଏହି ସବୁ ସହିତ ଅନ୍ୟ ପ୍ରସ୍ତାବିତ ଓ ପ୍ରତିକ୍ଷୀତ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ବଜେଟରେ କେତେ ବ୍ୟୟବରାଦ ହେଉଛି, ଓଡ଼ିଶାକୁ  କେଉଁ ନୂ ଟ୍ରେନ୍ ଚାଲୁଛି, କିଛି ନୂ ରେଳ ପ୍ରକଳ୍ପକୁ ରାଜ୍ୟକୁ ସୁଛି କି ତାଉପରେ ରହିଛି ନଜର

Related story