ବାତ୍ୟା ‘ଫୋନି’: ଆଉ ୪୦ଟି ଟ୍ରେନ୍ ବାତିଲ କଲା ରେଳ ବିଭାଗ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି। ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ ରେଳ ବିଭାଗ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି।
ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ ରେଳ ବିଭାଗ ହେଲ୍ପ ଲାଇନ ନମ୍ବର ଜାରି କରିଛି। ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦, ୨୩୦୧୫୨୫, ୨୩୦୧୬୨୫ ଓ ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪-୨୪୯୦୦୧୦, ୨୪୯୨୫୧୧, ୨୪୯୨୬୧୧ ହେଲ୍ପ ଲାଇନ୍ ନମ୍ୱର ଜାରି ହୋଇଛି।
ସେହିପରି ସମ୍ବଲପୁର ପାଇଁ ୦୬୬୩- ୨୫୩୨୨୩୦, ୨୫୩୩୦୩୭, ୨୫୩୨୩୦୨; ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭଦ୍ରକ ପାଇଁ ୦୬୭୮୪-୨୩୦୮୨୭, କଟକ: ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ବିଶାଖାପାଟନମ୍ ପାଇଁ ୦୮୯୧- ୨୭୪୬୨୫୫, ୦୮୯୧- ୧୦୭୨ ହେଲ୍ପ ଲାଇନ୍ ନମ୍ୱର ଜାରି କରିଛି ରେଳ ବିଭାଗ।