ସକ୍ରିୟ ହୋଇଛି ମୌସୁମୀ ବାୟୁ: ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ସ୍ଥାନରେ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଫଳରେ ଆଜି ଭୋରରୁ ଜାରି ରହିଛି ବର୍ଷା। ଭୁବନେଶ୍ୱର, କଟକ ସମେତ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ଆଉ କିଛି ସ୍ଥାନରେ ମେଘୁଆ ପାଗ ରହିଛି। ବର୍ତ୍ତମାନ ସୁଦ୍ଧା […]

Bhubaneswar rain

Bhubaneswar rain

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 01:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ସ୍ଥାନରେ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଫଳରେ ଆଜି ଭୋରରୁ ଜାରି ରହିଛି ବର୍ଷା। ଭୁବନେଶ୍ୱର, କଟକ ସମେତ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।

ତେବେ ଆଉ କିଛି ସ୍ଥାନରେ ମେଘୁଆ ପାଗ ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୪ଟି ଜିଲ୍ଲାକୁ ମୌସୁମୀ ଛୁଇଁଛି। ବଳକା ଜିଲ୍ଲାରେ ଆଉ ଦିନେ ୨ ଦିନ ଭିତରେ ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବିହାର ଓ ପଶ୍ଚିମବଙ୍ଗ  ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ୨ଟି ଘୂର୍ଣ୍ଣିବଳୟ ଥିବାରୁ ଏହା ମୌସୁମୀ ବାୟୁକୁ ଅଧିକ ସକ୍ରିୟ ହେବାରେ ସହାୟକ ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ସମୟରେ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ନିର୍ଦ୍ଦେଶ ଜାରି କରିଛି ।

https://youtu.be/1ZhrKlO46J8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos