ବିଭିନ୍ନ ସ୍ଥାନରେ ବର୍ଷା, ବଦଳୁଛି ପାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨ରୁ ୩ ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇରହିଛି। ସେହିପରି କଟକରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହେଇଥିଲା। ପୁରୀରେ ପ୍ରବଳ ବର୍ଷା କାରଣରୁ ରଥ […]

Rain

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 02:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨ରୁ ୩ ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇରହିଛି। ସେହିପରି କଟକରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହେଇଥିଲା। ପୁରୀରେ ପ୍ରବଳ ବର୍ଷା କାରଣରୁ ରଥ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି।

କାଳବୈଶାଖୀ ବର୍ଷା ପରେ ଗତ କିଛି ଦିନ ଧରି ଲାଗିରହିଥିବା ଗରମ ଓ ଗୁଳୁଗୁଳିରୁ କିଛି ମାତ୍ରାରେ ତ୍ରାହି ମିଳିଛି। ସେପଟେ ଉପକୂଳ ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Related story