ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ କୌଣସି ବଡ ବର୍ଷାର ଭୟ । ମାତ୍ର ସପ୍ତାହେ ପରେ ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଯାହାର ପ୍ରଭାବରେ ୮ ତାରିଖରୁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର ଆଣ୍ଡାମାନଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିବ। ତେଣୁ ୫ ତାରିଖ ପୂର୍ବରୁ ଗଭୀର ସମୁଦ୍ର ମଧ୍ୟରୁ ମତ୍ସଜୀବୀମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଣିପାଗ ବିଭାଗ ସତର୍କ କରିଛି। ମାତ୍ର ଏହି ଲଘୁଚାପ ବର୍ଷା ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ କରିନି।