ପାଲଲହଡ଼ା ହସପିଟାଲରେ ପାଣି, ହନ୍ତସନ୍ତ ହେଉଛନ୍ତି ରୋଗୀ
- Published: Sunday, 09 July 2017
- , Updated: 09 July 2017, 12:49 PM IST
<p>ଅନୁଗୋଳ: ଅସରାଏ ବର୍ଷାରେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ହସପିଟାଲ ଭିତରେ ପାଣି। ପାଣି ଭିତରେ ଉବୁଟୁବୁ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ହସ୍ପିଟାଲ ଭିତରେ ରୋଗୀମାନେ ଏକପ୍ରକାର ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପରିକି ନିକଟ ନାଳନର୍ଦ୍ଦମାର ପାଣି ପଶୁଛି ହସ୍ପିଟାଲ ଭିତରେ। ରୋଗୀ ଓ ତାଙ୍କ ସଂପର୍କୀୟମାନେ ବେଡ୍ ଉପରୁ ଗୋଡ଼ କାଢ଼ି ପାରୁନାହାନ୍ତି।</p>
<p>ଗତକାଲି ସାମାନ୍ୟ ବର୍ଷା ଯୋଗୁଁ ମେଡିକାଲରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ପ୍ରତିବର୍ଷ ବର୍ଷା ଦିନେ ରୋଗୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନି।</p>