୩୦ ଯାଏ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁବାର ଭଳି ଶୁକ୍ରବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖିବାକୁ ଲାଗିଛି। ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଦିନ ତମାମ ବର୍ଷା ଲାଗି ରହିଥିଲା। ଆସନ୍ତା ୩୦ ତାରିଖ ଯାଏ ଲଗାଣ ବର୍ଷାରୁ ଓଡ଼ିଶାବାସୀ ନିସ୍ତାର ପାଇବାର ସମ୍ଭାବନା କମ୍‌ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତା’ ସହିତ […]

Rain-in-Bhubaneswar8888

Rain-in-Bhubaneswar8888

Manoranjan Sial
  • Published: Friday, 26 July 2019
  • Updated: 26 July 2019, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁବାର ଭଳି ଶୁକ୍ରବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖିବାକୁ ଲାଗିଛି। ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଦିନ ତମାମ ବର୍ଷା ଲାଗି ରହିଥିଲା। ଆସନ୍ତା ୩୦ ତାରିଖ ଯାଏ ଲଗାଣ ବର୍ଷାରୁ ଓଡ଼ିଶାବାସୀ ନିସ୍ତାର ପାଇବାର ସମ୍ଭାବନା କମ୍‌ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତା' ସହିତ ରାଜସ୍ଥାନରୁ କୋଲକାତା ଯାଏ ଏକ ଟ୍ରଫ୍‌ ଲାଇନ୍‌ ଲମ୍ବିଛି। ଏଥିଯୋଗୁ ଗତକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହୁଛି। ଆଜି କୋରାପୁଟ, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଯାଜପୁର, ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, ମାଲକାନଗିରି, କନ୍ଧମାଳ ଓ କଟକ ଜିଲ୍ଲାରେ ମଧ୍ୟ ବର୍ଷା ରେକର୍ଡ ହୋଇଛି।

ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସୋନପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଝାରସଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ବୌଦ୍ଧରେ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ।

ଜୁଲାଇ ୨୮ରେ କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ ସୋନପୁରରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଜୁଲାଇ ୨୯ରୁ ବର୍ଷାର ପରିମାଣ କମିପାରେ। ତଥାପି ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୩୦ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ ଓ ନଗରଙ୍ଗପୁରରେ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସେହିପରି ଜୁଲାଇ ୩୧ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଜୁଲାଇ ୧ରୁ ଜୁଲାଇ ୨୪ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ୩୨% କମ୍‌ ରହିଥିଲା। କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁ ଏହା ୨୯%କୁ ଖସିଛି। ଆଗକୁ ବର୍ଷା ଲାଗି ରହିଲେ, ଚାଷୀକୁଳ ପ୍ରତି ଏହା ଶୁଭଙ୍କର ସାବ୍ୟସ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story