ସ୍ୱାମୀ ଆତ୍ମସମର୍ପଣ କଲେ କାହିଁକି? 

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବୋହୂକୁ ବଳାତ୍କାର ପରେ ପୋଡ଼ି ମାରିବା ଘଟଣା ନୂଆ ମୋଡ଼ ନେଇଛି। ଆଜି ମୃତ ମହିଳାଙ୍କ ସ୍ୱାମୀ ଅବିନାଶ ଖେମ୍‌କା ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏବେବି ଅଭିଯୁକ୍ତ ଶାଶୁ ଓ ନଣନ୍ଦ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଉଛି। ପୂର୍ବରୁ ଅଭିଯୁକ୍ତ ଶ୍ୱଶୁର ରାମଗୋପାଳ ଖେମକା ଗିରଫ ହୋଇଥିଲେ।

ରାଇରଙ୍ଗପୁର ବଜାରସାହିରେ ଗତ ଶନିବାର ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଜାମସେଦପୁରର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୀଡ଼ିତାଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ମୃତ ମହିଳାଙ୍କ ଶ୍ୱଶୁର ସମେତ ଶାଶୁ, ସ୍ୱାମୀ ଓ ନଣନ୍ଦଙ୍କ ନାଁରେ ଅଭିଯୋଗ କରିଥିଲା।