ରଜ ସଂକ୍ରାନ୍ତିରେ ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ

ପୁରୀ: ରଜ ସଂଙ୍କ୍ରାନ୍ତିରେ ସଂପନ୍ନ ହେବ ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ ନୀତି। ନବକଳେବରରେ ବେଶ୍ ଗୁରୁତ୍ୱ ରଖୁଥିବା ଏହି ନୀତି ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ହୋଇଛି। କୋଇଲି ବୈକୁଣ୍ଠରେ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୂତି ପରେ ରାତିରେ ବ୍ରହ୍ମ ପରିବର୍ତ୍ତନ ସହ ପୁରୁଣା ବିଗ୍ରହଙ୍କୁ ପାତାଳୀ କରାଯିବ। ଏଥର ଦୀର୍ଘ ୧୯ ବର୍ଷ ପରେ ଶ୍ରୀଜୀଉଙ୍କ ନବକଳେବର ନୀତି ହେଉଛି। ଏଥିପାଇଁ ବଦଳିବେ ଶ୍ରୀଜୀଉଙ୍କ ପୁରୁଣା ବିଗ୍ରହ। ଆଜି ଘଟ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ନୀତି […]

srimandir

srimandir

Rakesh Mallick
  • Published: Monday, 15 June 2015
  • Updated: 15 June 2015, 01:58 AM IST

Sports

Latest News

ପୁରୀ: ରଜ ସଂଙ୍କ୍ରାନ୍ତିରେ ସଂପନ୍ନ ହେବ ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ ନୀତି। ନବକଳେବରରେ ବେଶ୍ ଗୁରୁତ୍ୱ ରଖୁଥିବା ଏହି ନୀତି ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ହୋଇଛି। କୋଇଲି ବୈକୁଣ୍ଠରେ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୂତି ପରେ ରାତିରେ ବ୍ରହ୍ମ ପରିବର୍ତ୍ତନ ସହ ପୁରୁଣା ବିଗ୍ରହଙ୍କୁ ପାତାଳୀ କରାଯିବ। ଏଥର ଦୀର୍ଘ ୧୯ ବର୍ଷ ପରେ ଶ୍ରୀଜୀଉଙ୍କ ନବକଳେବର ନୀତି ହେଉଛି। ଏଥିପାଇଁ ବଦଳିବେ ଶ୍ରୀଜୀଉଙ୍କ ପୁରୁଣା ବିଗ୍ରହ।

ଆଜି ଘଟ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ରାତି ୪ଟାରେ ଦ୍ୱାରଫିଟା ନୀତି ପରେ ଅନ୍ୟାନ୍ୟ ନୀତି ସଂପନ୍ନ ହେବ। ଅପରାହ୍ଣ ୪ଟା ୩୦ରେ ବଡ଼ସିଂହାର ବେଶ ହୋଇ ୫ଟା ୧୦ରେ ଜୟବିଜୟ ଦ୍ୱାର ବନ୍ଦ ରହିବ। ୫ଟା ୧୫ରେ ବେହରଣ ଦ୍ୱାର ଫିଟିବ। ସଂଧ୍ୟା ୭ଟାରେ ଚକଟା ଭୋଗ ଓ ରାତି ୮ଟାରେ ପଣାଭୋଗ ନୀତି ପରେ ଘଟ ପରିବର୍ତ୍ତନ ନୀତି ହେବ। ନୂଆ ବିଗ୍ରହରେ ସଂସ୍ଥାପନ ହେବେ ବ୍ରହ୍ମ। ସେଇ ଦିବ୍ୟ ମୁହୂର୍ତ୍ତକୁ ଏବଂ ବାଡ଼ଗ୍ରାହୀମାନେ ଅପେକ୍ଷା କରିଛନ୍ତି। ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ଏହି ନୀତି ସଂପନ୍ନ କରାଯିବ। ଏହି ସମୟରେ ଶ୍ରୀମନ୍ଦିର ସମେତ ଚତୁଃପାଶ୍ୱ ଅନ୍ଧକାର ରହିବ। ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଦେଉଳକରଣ ଓ ତଢ଼ଉକରଣ ପ୍ରହରା ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos