ରଜନୀକାନ୍ତ ସିଂ ବିଧାନସଭା ଉପବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ ବିଧାନସଭାର ଉପବାଚସ୍ପତି ହେବେ। ବିଜେଡି ପକ୍ଷରୁ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ ବିଜେଡି ପ୍ରାର୍ଥୀ […]

Rajanikant-Singh

Manoranjan Sial
  • Published: Friday, 07 June 2019
  • , Updated: 07 June 2019, 06:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ ବିଧାନସଭାର ଉପବାଚସ୍ପତି ହେବେ। ବିଜେଡି ପକ୍ଷରୁ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ ବିଜେଡି ପ୍ରାର୍ଥୀ ଶ୍ରୀ ସିଂଙ୍କ ବିଜୟ ନିଶ୍ଚିତ। ସେ ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।

Related story