ରାଜ୍ୟର ବିଭିନ୍ନ ଶୈବପୀଠରେ  ପାଣି ଢ଼ାଳିଲେ କାଉଡିଆ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମାବାର। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆମାନେ ପାଣି ଢ଼ାଳିଛନ୍ତି। ବଲାଙ୍ଗିର ସହରର ଶୈବପୀଠ ଗୁଡିକରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଭିଡ। ଶାନ୍ତି ଶୃଙ୍ଖଳାରେ ସମସ୍ତେ କରିଥିଲେ ଜଳାଭିଷେକ। ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଠାରେ ଥିବା ପ୍ରସିଦ୍ଧ ଗନ୍ଧରାହି ଶୈବପିଠରେ ବୋଲବମ ଭକ୍ତଙ୍କ  ଜଳାଭିଷେକ କରିଥିଲେ।  ଭଦ୍ରକ ଜିଲ୍ଲାର ଶୈବପୀଠ ଆଖଣ୍ଡମଣିଙ୍କ ଧାମରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା। କାନ୍ଧରେ  ଜଳଭାର ଧରି କାଉଡିଆ ଭକ୍ତମାନେ ଭୋର ୪ଟାରେ  […]

dhabaleswar_

dhabaleswar_

Rakesh Mallick
  • Published: Monday, 17 August 2015
  • Updated: 17 August 2015, 08:31 AM IST

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମାବାର। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆମାନେ ପାଣି ଢ଼ାଳିଛନ୍ତି। ବଲାଙ୍ଗିର ସହରର ଶୈବପୀଠ ଗୁଡିକରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଭିଡ। ଶାନ୍ତି ଶୃଙ୍ଖଳାରେ ସମସ୍ତେ କରିଥିଲେ ଜଳାଭିଷେକ। ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଠାରେ ଥିବା ପ୍ରସିଦ୍ଧ ଗନ୍ଧରାହି ଶୈବପିଠରେ ବୋଲବମ ଭକ୍ତଙ୍କ  ଜଳାଭିଷେକ କରିଥିଲେ।  ଭଦ୍ରକ ଜିଲ୍ଲାର ଶୈବପୀଠ ଆଖଣ୍ଡମଣିଙ୍କ ଧାମରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା। କାନ୍ଧରେ  ଜଳଭାର ଧରି କାଉଡିଆ ଭକ୍ତମାନେ ଭୋର ୪ଟାରେ  ମନ୍ଦିର ପହଡ ଖୋଲିବା ପରେ ଜଣ ଜଣ କରି ମହାଦେବଙ୍କ ମସ୍ତକରେ ଜଳ ଲାଗି କରିଥିଲେ।

ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ପଦ୍ମପୁରର ଐତିହାସିକ ଶୈବ ପୀଠ ନୀଳକଣ୍ଠେଶ୍ୱର, ମଲିକେଶ୍ୱର ,ପୁଡୁଗେଶ୍ୱର ମନ୍ଦିରରେ କାଉଡିଆଙ୍କ ଗହଳି ଲାଗିଥିଲା। ବଂଶଧାରା ନଦୀରୁ କାଉଡିଆମାନେ  ରବିବାର ମଧ୍ୟରାତ୍ରିରୁ ପାଣି ଆଣି ବିଭିନ୍ନ ଶୈବପୀଠରେ ଜଳଭିଷେକ କରିଥିଲେ।

ସେହିପରି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଲଡୁବାବା ମନ୍ଦିରରେ ଶ୍ରାବଣ ମାସ ତୃତୀୟ ସୋମବାର ପାଇଁ ଆଜି କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଲଡ଼ୁବାବାଙ୍କ ପୀଠରେ ଜଳାଭିଷେକ କରିଥିଲେ। ଏଠାରେ ଶ୍ରଦ୍ଧାଳୁମାନେ କଣ୍ଟିଲୋର ମହାନଦୀରୁ ପାଣି ଆଣି ଲଡୁବାବାଙ୍କ ମସ୍ତକରେ ଜଳାଭିଷେକ କରିଥାନ୍ତି। ଏଠାରୁ ଶ୍ରଦ୍ଧାଳୁମାନେ ଜିଲ୍ଳାର ଶରଣକୁଳର ଲଡୁବାବା, ଦ୍ୱିତୀକେଶର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ପାଣି ଭାର ନେଇଥାନ୍ତି। ଏଥିପାଇଁ କଣ୍ଟିଲୋ ମହାନଦୀ କୂଳ ଶନିବାର ଠାରୁ ବେଶ ଚଳଚଞ୍ଚଳ ହୋଇପଡ଼ିଥିଲା।

ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହିରିଶଙ୍କର ମନ୍ଦିରରେ ସକାଳୁ ହଜାର, ହଜାର ବୋଲବମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।  ଭକ୍ତମାନେ  ହରିଶଙ୍କର ଝରଣାରୁ  ଜଳ ଉଠାଇ  ଜଳାଭିଷେକ କରିଥିଲେ।ସୁବର୍ଣ୍ଣପୁର ଜିଲ୍ଲାର ଅଷ୍ଟଶମ୍ବୁଙ୍କ ପୀଠରେ ମଧ୍ୟ ମହାଦେବଙ୍କ ଠାରେ  ଜଳ ଲାଗି  କରିଥିଲେ କାଉଡିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos