ଆଜି ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ

ପୁରୀ(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।  ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ସେପଟେ ଆଜି ଧର୍ମ ମାସ କାର୍ତ୍ତିକର ଶେଷ ଦିନ। ଏହି ଦିନ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇବା ଲାଗି ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ […]

temple

Niharika Rout
  • Published: Monday, 30 November 2020
  • , Updated: 30 November 2020, 10:24 AM IST

ପୁରୀ(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।  ତେବେ କୋଭିଡ୍ କଟକଣା ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀଜିଉଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ।

ସେପଟେ ଆଜି ଧର୍ମ ମାସ କାର୍ତ୍ତିକର ଶେଷ ଦିନ। ଏହି ଦିନ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇବା ଲାଗି ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ ସବୁ ଖାଁ ଖାଁ। ଏହାସତ୍ତ୍ୱେ ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀରେ ୧୫ ପ୍ଲାଟୁନ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ଥିବା ଜଣାଯାଇଛି। ।

କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରିବା ପାଇଁ ଏସ୍‌ପି କନଓ୍ୱର ବିଶାଲ ସିଂହ ଅନୁରୋଧ କରିଛନ୍ତି । ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ସମ୍ଭାବନା ଥିବାରୁ ଗାଡି ଚଳାଚଳ ଉପରେ କଟକଣା ରହିଛି ।

ମାର୍କେଟ ଛକ ପର୍ଯ୍ୟନ୍ତ ୪ ଚକିଆ ଗାଡି ଚଳାଚଳ ପାଇଁ ଅନୁମତି ରହିଛି । ସେହିପରି ମରିଚିକୋଟ ଛକ ପର୍ଯ୍ୟନ୍ତ ୨ ଚକିଆ   ଗାଡ଼ି ଚଳାଚଳ ପାଇଁ ଅନୁମତି ରହିଛି ।

Related story