ରାଜ୍ୟରେ ମହାଆଡମ୍ୱରରେ ଗଣେଶ ପୂଜା ପାଳିତ

କଟକ/ବ୍ରହ୍ମପୁର/ ଭଦ୍ରକ/ବଲାଙ୍ଗିର/ସୁବର୍ଣ୍ଣପୁର/ବୌଦ୍ଧ/ଜୟପୁର: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଉତ୍ସବ ମୁଖର କଟକ ସହର । ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ସହରର ବିଭିନ୍ନ କ୍ଲବ୍ ଓ ପୂଜା ପ୍ୟାଣ୍ଡେଲକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ସହରର ପ୍ରାୟ ୧୧ ଶହ ମଣ୍ଡପରେ ଗଣେଶ ପୂଜାର ଆୟୋଜନ କରାଯାଇଛି। ସବୁଠାରୁ ଆକର୍ଷଣର କେନ୍ଦ୍ର ସାଜିଛି ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ଗଣେଶଙ୍କ ମୂର୍ତ୍ତି ଓ ତୋରଣ। ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଳନ ଲାଗି କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ […]

ganesh

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 08:19 AM IST

କଟକ/ବ୍ରହ୍ମପୁର/ ଭଦ୍ରକ/ବଲାଙ୍ଗିର/ସୁବର୍ଣ୍ଣପୁର/ବୌଦ୍ଧ/ଜୟପୁର: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଉତ୍ସବ ମୁଖର କଟକ ସହର । ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ସହରର ବିଭିନ୍ନ କ୍ଲବ୍ ଓ ପୂଜା ପ୍ୟାଣ୍ଡେଲକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ସହରର ପ୍ରାୟ ୧୧ ଶହ ମଣ୍ଡପରେ ଗଣେଶ ପୂଜାର ଆୟୋଜନ କରାଯାଇଛି। ସବୁଠାରୁ ଆକର୍ଷଣର କେନ୍ଦ୍ର ସାଜିଛି ବିଭିନ୍ନ ସ୍ଥାନରେ ତିଆରି ହୋଇଥିବା ଗଣେଶଙ୍କ ମୂର୍ତ୍ତି ଓ ତୋରଣ। ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଳନ ଲାଗି କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଭଦ୍ରକରେ ମଧ୍ୟ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ଗଣେଶ ପୂଜା। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ବିଘ୍ନେଶ୍ୱରଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମହାପ୍ରଭୂଙ୍କ ଉପାସନା କରୁଛନ୍ତି।

ରେଶମ ସହର ବ୍ରହ୍ମପୁରରେ ମଧ୍ୟ ପାର୍ବଣର ପରିବେଶ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା।

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ବିଘ୍ନ ବିନାୟକ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। କଦମ୍ୱପଡା ସରସ୍ୱତୀ ଶିଶୁ ମନ୍ଦିରରେ ରୀତି ନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଯାଇଛି। ହୋମ ଯଜ୍ଞ, ଆଳତୀ, ଭଜନ କୀର୍ତ୍ତନରେ ପୂଜାର୍ଚ୍ଚାନ କରିଥିଲେ ଛାତ୍ର ଛାତ୍ରୀ। ସହରର ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ କ୍ଳବରେ ଭଗବାନ ଗଣେଷଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଜାକଜମକରେ ପାଳିତ ହେଉଛି ଗଣେଶଙ୍କ ପୂଜା। ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସହରର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଗଣେଶ ପୂଜା । ବିଭିନ୍ନ ସ୍ଥାନରେ ସ୍ୱଉଚ୍ଚ ତୋରଣ ସାଙ୍ଗକୁ ସାଜ ସଜ୍ଜାରେ ଝଲସୁଛି ପୂଜା ମଣ୍ଡମ।

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଜୟପୁର ସହର। ସହରର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଗଣେଶ ପୂଜା ପାଳିତ ହୋଇଯାଇଛି।

ସେହିପରି ବୌଦ୍ଧ ସହରରରେ ବିଘ୍ନବିନାଶନଙ୍କ ପୂଜା ମହାଆଡମ୍ୱରରେ ପାଳିତ ହେଉଛି। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀ ପ୍ରତିଷ୍ଠାନରେ ଧୂମଧାମରେ ପାଳିତ ହେଉଛି ।

Related story