ରାଜ୍ୟ ବନ ନିଗମ ଚିଫ ଅଡିଟର ଓ ଦିଗପହଣ୍ଡି ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ

ଢେଙ୍କାନାଳ/ବ୍ରହ୍ମପୁର: ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ରାଜ୍ୟ ବନ ନିଗମ ଚିଫ ଅଡିଟର ଓ ଦିଗପହଣ୍ଡି ଫରେଷ୍ଟ ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିଭୁର୍ତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ ଅଡିଟର ବେଣୁଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ଶାଖା ପକ୍ଷରୁ ଚଢାଉ କରାଯାଉଛି । ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡିଛି । ସେହିପରି ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କିଶୋର କୁମାର ନାୟକଙ୍କ ଘରେ […]

dhenkanal

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 08:47 AM IST

ଢେଙ୍କାନାଳ/ବ୍ରହ୍ମପୁର: ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ରାଜ୍ୟ ବନ ନିଗମ ଚିଫ ଅଡିଟର ଓ ଦିଗପହଣ୍ଡି ଫରେଷ୍ଟ ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିଭୁର୍ତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ ଅଡିଟର ବେଣୁଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ଶାଖା ପକ୍ଷରୁ ଚଢାଉ କରାଯାଉଛି । ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡିଛି । ସେହିପରି ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କିଶୋର କୁମାର ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ଚାଲିଛି । ରେଞ୍ଜର ନାୟକଙ୍କ ବ୍ରହ୍ମପୁର ସ୍ଥିତ ଘର ଓ ଦିଗପହଣ୍ଡି ଅଫିସରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ ଜାରି ରଖିଛନ୍ତି । ବ୍ରହ୍ମପୁର ଚାଞ୍ଚରାପଲ୍ଲୀ ଅଞ୍ଚଳରେ ଥିବା ଘରେ ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗତପତ୍ର ମିଳିଛି। କିଶୋର ଖଲ୍ଲିକୋଟ ରେଞ୍ଜ ଦାୟିତ୍ୱରେ ଥିବାବେଳେ ଅନିୟମିତତା ନେଇ ବ୍ରହ୍ମପୁର ଡିଏଫଓ ଲିଖିତ ଅଭିଯୋଗ କରିଥିଲେ।

Related story