ରାଜ୍ୟ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ବସିଛି। ଏଥିରେ ରାଜନୈତିକ, ସାଂଗଠନିକ, ପଞ୍ଚାୟତ ନିର୍ବାଚନ ଓ ସଭ୍ୟ ସଂଗ୍ରହ ଆଦି ୪ଟି ବିଷୟରେ ଆଲୋଚନା ହେଉଛି। ରାଜନୈତିକ ଚିଠା ପ୍ରସ୍ତାବରେ ଦଳ ଚାଷୀଙ୍କ ସମସ୍ୟାଠାରୁ ଆରମ୍ଭ କରି ଚିଟଫଣ୍ଡ ଓ ଆଇନଶୃଙ୍ଖଳା ପରି ପ୍ରସଙ୍ଗରେ ଅଭିଯୋଗର ତାଲିକା ପ୍ରସ୍ତୁତ କରି ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରୁଛି। ସେହିପରି ରାଜ୍ୟର ୩୫,୮୯୬ ବୁଥରେ ସଭ୍ୟ ସଂଗ୍ରହ ପାଇଁ କାର୍ଯ୍ୟକାରିଣୀରେ ଖସଡ଼ା ପ୍ରସ୍ତୁତ ହେବ। ବୈଠକରେ ଦଳର […]

congress

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 10:55 AM IST

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ବସିଛି। ଏଥିରେ ରାଜନୈତିକ, ସାଂଗଠନିକ, ପଞ୍ଚାୟତ ନିର୍ବାଚନ ଓ ସଭ୍ୟ ସଂଗ୍ରହ ଆଦି ୪ଟି ବିଷୟରେ ଆଲୋଚନା ହେଉଛି। ରାଜନୈତିକ ଚିଠା ପ୍ରସ୍ତାବରେ ଦଳ ଚାଷୀଙ୍କ ସମସ୍ୟାଠାରୁ ଆରମ୍ଭ କରି ଚିଟଫଣ୍ଡ ଓ ଆଇନଶୃଙ୍ଖଳା ପରି ପ୍ରସଙ୍ଗରେ ଅଭିଯୋଗର ତାଲିକା ପ୍ରସ୍ତୁତ କରି ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରୁଛି। ସେହିପରି ରାଜ୍ୟର ୩୫,୮୯୬ ବୁଥରେ ସଭ୍ୟ ସଂଗ୍ରହ ପାଇଁ କାର୍ଯ୍ୟକାରିଣୀରେ ଖସଡ଼ା ପ୍ରସ୍ତୁତ ହେବ। ବୈଠକରେ ଦଳର ରାଜ୍ୟ ସହ ପ୍ରଭାରୀ ଶୁଭଙ୍କର ସରକାର ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି।

ରାଜନୈତିକ ଚିଠା ପ୍ରସ୍ତାବରେ ରମେଶ ଜେନାଙ୍କ ପାଇଁ ଦଳ ଛିଡା ହେବାକୁ ଆଲୋଚନା ହୋଇଛି। ରମେଶ ଗିରଫ ହେବା ପରେ ଦଳ ମଧ୍ୟରେ ତାଙ୍କୁ ନେଇ ଦ୍ୱିମତ ପ୍ରକାଶ ପାଇଥିଲା। ଦଳ ରମେଶ ଜେନାଙ୍କ ପାଇଁ ଛିଡ଼ା ନ ହେଉ ବୋଲି କିଛି ନେତା ଚାହୁଁଥିବା ଆଲୋଚନା ହେଉଥିଲା। ତେବେ ଆଜି ବୈଠକରେ ଦଳ ରମେଶଙ୍କ ସହ ଛିଡ଼ଶ ହେବ ବୋଲି ସ୍ଥିର ହୋଇଛି।

Related story