ରାଜ୍ୟସଭା ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଯାଞ୍ଚ

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 01:44 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟସଭା ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବ।&nbsp; ଗତକାଲି ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ବିଜେଡି ପକ୍ଷରୁ ଦଳୀୟ ମୁଖପାତ୍ର ପ୍ରଶାନ୍ତ ନନ୍ଦ, ନୂଆ କରି ଦଳରେ ଯୋଗ ଦେଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ଗତ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।</p> <p>ସୂଚନା ଅନୁସାରେ ଗତକାଲି ଶେଷ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସାମାଜିକ କର୍ମୀ ସୁବାସ ମହାପାତ୍ର ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆଜି ଏହି ୪ଟି ପ୍ରାର୍ଥିପତ୍ର ଯାଞ୍ଚ ହେବ। ଆସନ୍ତା ଗୁରୁବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଛି। ଏହାପରେ ଆବଶ୍ୟକ ପଡ଼ିଲେ ୨୩ରେ ହେବ ରାଜ୍ୟସଭା ନିର୍ବାଚନ। ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା ଅନଙ୍ଗ ଉଦୟ ସିଂଦେଓ, ଏ.ଭି.ସ୍ୱାମୀ ଏବଂ ଦିଲୀପ ତିର୍କୀଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ସରୁଛି।</p>

Related story