ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ବଢୁଛି ଉତ୍କଣ୍ଠା: ନବୀନଙ୍କ ଶୁଭଦୃଷ୍ଟିରେ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟସଭାର ୩ଟି ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ପରେ ବଢୁଛି ଉତ୍କଣ୍ଠା। ବିଜେଡି ସୁପ୍ରିମୋଙ୍କ ଶୁଭ ଦୃଷ୍ଟିରେ କିଏ ଅଛନ୍ତି ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ।  ନବୀନ ପୂର୍ବ ପ୍ରତିଶ୍ରୁତି ମୁତାବକ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବେ ନା ଅନ୍ୟ କାହାକୁ ବାଛିବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏପଟେ ରାଜ୍ୟସଭା ରେସ୍‌ରେ ଅରୂପ ଓ ଅମର ପଟ୍ଟନାୟକ, ରବୀନ୍ଦ୍ର ଜେନା ପ୍ରମୁଖଙ୍କ ନାଁ […]

YIO

Tapas Behera
  • Published: Sunday, 16 June 2019
  • , Updated: 16 June 2019, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟସଭାର ୩ଟି ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ପରେ ବଢୁଛି ଉତ୍କଣ୍ଠା। ବିଜେଡି ସୁପ୍ରିମୋଙ୍କ ଶୁଭ ଦୃଷ୍ଟିରେ କିଏ ଅଛନ୍ତି ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ।  ନବୀନ ପୂର୍ବ ପ୍ରତିଶ୍ରୁତି ମୁତାବକ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବେ ନା ଅନ୍ୟ କାହାକୁ ବାଛିବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏପଟେ ରାଜ୍ୟସଭା ରେସ୍‌ରେ ଅରୂପ ଓ ଅମର ପଟ୍ଟନାୟକ, ରବୀନ୍ଦ୍ର ଜେନା ପ୍ରମୁଖଙ୍କ ନାଁ ଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼।

ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବଢୁଛି ଉତ୍କଣ୍ଠା । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୫ ହୋଇଥିବାରୁ ଏହା ପୂର୍ବରୁ ବିଜେଡି ତାର କାର୍ଡ ଖୋଲିବ। ତେବେ ସାଧାରଣ ନିର୍ବାଚନ ବେଳେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟାନାୟକଙ୍କୁ ଟିକଟ୍ ନଦେଇ ରାଜ୍ୟସଭା ପଠାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ ନବୀନ ।

ଏ ଦୁଇ ଜଣଙ୍କ ବ୍ୟତୀତ ରାଜ୍ୟସଭା ରେସ୍‌ରେ ଥିବା ଦାବିଦାରମାନେ ବି ଲବି ଆରମ୍ଭ କରିଦେଲେଣି । ଯେଉଁମାନଙ୍କ ଭିତରେ ଅଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ, ଆକାଶ ଦାଶ ନାୟକ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ। ତେବେ ଡାର୍କ ହର୍ସ ଭାବେ କେନ୍ଦୁଝର ଜିଲ୍ଲାର ଟାଣୁଆ ନେତା ତଥା ଚମ୍ପୁଆର ପୂର୍ବତନ ବିଧାୟକ ସନତାନ ମହାକୁଡ଼ ବି ରାଜ୍ୟସଭା ରେସ୍‌ରେ ମାରିଛନ୍ତି ଏଣ୍ଟ୍ରି । ସାଧାରଣ ନିର୍ବାଚନରେ ସନାତନ, ବିଜେଡିକୁ ସହଯୋଗ କରିଥିବା ପୁରସ୍କାର ସ୍ୱରୁପ ତାଙ୍କୁ ଗୋଟିଏ ସିଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଯେଉଁ ୨ ଜଣ ରାଜ୍ୟସଭାକୁ ଯିବେ ସେମାନଙ୍କ କାର୍ଯ୍ୟକାଳ, ୨୦୨୪ ଏପ୍ରିଲ୍ ୩ ତାରିଖ ଯାଏଁ ରହିବ। ସେହିପରି ପ୍ରତାପ ଦେଙ୍କ ସ୍ଥାନରେ ଯିଏ ଯିବେ ସେ ଜୁଲାଇ ୧, ୨୦୨୨ ଅର୍ଥାତ  ୩ ବର୍ଷ ପାଇଁ ସଦସ୍ୟ ରହିବେ। କୁହଯାଉଛି ନିର୍ବାଚନ ବେଳେ ପ୍ରସନ୍ନ ପାଟ୍ଟଶାଣୀ ଠିକ୍‌ରେ ସହଯୋଗ କରିନିଥିବାରୁ ବିଜେଡି ସୁପ୍ରିମୋ ତାଙ୍କ ଉପରେ ଖୁସି ନାହାନ୍ତି। ଅନ୍ୟପକ୍ଷରେ ଦଳ ପ୍ରତି ଆନୁଗତ୍ୟ, ନିର୍ବାଚନ ସମୟରେ ସହଯୋଗ ଓ ଯେଉଁମାନେ ସଂସଦରେ ଭଲ ପ୍ରଦର୍ଶନ କରିପାରିବେ ସେମାନଙ୍କୁ ପଠାଯିବାର ଅଧିକ ସମ୍ଭାବନା ରହିଛି।

ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଏବେ ରାଜ୍ୟସଭାର ୩ଟି ଆସନ ହାତେଇବା ଲାଗି ବିଜେଡିର ବିଶେଷ ଅସୁବିଧା ହେବ ନାହିଁ ।  କିନ୍ତୁ ଏପ୍ରିଲ ୨, ୨୦୨୦ରେ ଯେତେବେଳେ କାର୍ଯ୍ୟକାଳ ସରୁଥିବା ୪ ରାଜ୍ୟସଭା ପଦ ପାଇଁ ନିର୍ବାଚନ ହେବ, ସେତିକିବେଳେ ସବୁ ସିଟ୍ ହାସଲ କରିବା ବିଜେଡି ପାଇଁ ଅଡୁଆ ହୋଇପାରେ।

Related story