ପୋଲାଭରମ୍ ପ୍ରସଙ୍ଗ: ରାଜ୍ୟସଭାରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିଲେ ଦିଲ୍ଲୀପ ତିର୍କୀ

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଧ୍ୟାନ ଆକର୍ଷଣକାରୀ ନୋଟିସ ଆଗତ କରିଛନ୍ତି ସାଂସଦ ଦିଲିପ ତିର୍କୀ। ଆସନ୍ତାକାଲି ଏହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ପୋଲାଭରମ୍ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ରାଜ୍ୟସଭାରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ପରେ ବିଜେଡି ଏ ବିବାଦୀୟ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଜୋରଦାର୍ କରିଛି। ପୂର୍ବରୁ ଦଳୀୟ ସାଂସଦ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। ତା’ସହ […]

dilip tirkey

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 04:00 PM IST

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଧ୍ୟାନ ଆକର୍ଷଣକାରୀ ନୋଟିସ ଆଗତ କରିଛନ୍ତି ସାଂସଦ ଦିଲିପ ତିର୍କୀ। ଆସନ୍ତାକାଲି ଏହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ପୋଲାଭରମ୍ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ରାଜ୍ୟସଭାରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ପରେ ବିଜେଡି ଏ ବିବାଦୀୟ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଜୋରଦାର୍ କରିଛି। ପୂର୍ବରୁ ଦଳୀୟ ସାଂସଦ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। ତା’ସହ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ଓ ପ୍ରକଳ୍ପ ଲାଗି ଜନଶୁଣାଣି ହୋଇ ନ ଥିବା ବେଳେ କେନ୍ଦ୍ର କିଭଳି ଅର୍ଥ ମଞ୍ଜୁର କଲା ବୋଲି ବିଜେଡି ପ୍ରଶ୍ନ ଉଠାଇଛି।

Related story