ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କର: ହାଇକୋର୍ଟ

କଟକ: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ଲାଗି ହାଇକୋର୍ଟଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ପୋଲିସ ମହା ନିର୍ଦ୍ଦେଶକ, ପୋଲିସ କମିଶନର, ସମସ୍ତ ଡିସିପି ଏବଂ ରାଜ୍ୟର ସମସ୍ତ ଏସପି ସଦସ୍ୟ ରହିବେ। କଟକ ସିଡିଏସ୍ଥିତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପି. କେ. […]

OrissaHigh

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 10:43 AM IST

କଟକ: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ଲାଗି ହାଇକୋର୍ଟଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ପୋଲିସ ମହା ନିର୍ଦ୍ଦେଶକ, ପୋଲିସ କମିଶନର, ସମସ୍ତ ଡିସିପି ଏବଂ ରାଜ୍ୟର ସମସ୍ତ ଏସପି ସଦସ୍ୟ ରହିବେ। କଟକ ସିଡିଏସ୍ଥିତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପି. କେ. ମହାନ୍ତିଙ୍କ ଘରୁ ଚୋରି ଘଟଣାକୁ ନେଇ ହାଇକୋର୍ଟରେ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟର ସମସ୍ତ ସହରାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଖଣ୍ଡପୀଠ କହିଛନ୍ତି। ଏହି କ୍ରମରେ ସହରାଞ୍ଚଳର ପ୍ରବେଶ ପଥଗୁଡ଼ିକରେ ରାତି ୧୦ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବ୍ୟାରିକେଡିଂ କରି ଯାଞ୍ଚ୍ କରିବା ଲାଗି ନିଦ୍ଦେର୍ଶ ଦିଆଯାଇଛି। ଏହି ଡକାୟତୀ ଘଟଣା ପାଇଁ ଆବେଦନକାରୀ ପୋଲିସର ଅପାରଗତାକୁ ଦାୟୀ କରିଥିବାରୁ ମର୍କତନଗର ଅଞ୍ଚଳର ଥାନା ଅଧିକାରୀଙ୍କୁ ୭ ଦିନ ଭିତରେ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Related story