ରାଜ୍ୟରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ବାତ୍ୟା ଆଶ୍ରୟସ୍ଥଳୀ ଭଳି ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳୀ। ରାଜ୍ୟର ବନ୍ୟା ପ୍ରବଣ ଅଞ୍ଚଳଗୁଡ଼ିକରେ ନିର୍ମାଣ ହେବ ଏହି ବନ୍ୟା ଆଶ୍ରୟସ୍ଥଳୀ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ବିଜଶ୍ରୀ ରାଉତରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ବର୍ଷକର କାର୍ଯ୍ୟ ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଥିଲେ। ରାଜସ୍ୱ ମନ୍ତ୍ରୀ କହିଥିଲେ, ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବନ୍ୟା ହୋଇଥାଏ। ତେଣୁ […]

rajaswa

Rakesh Mallick
  • Published: Tuesday, 09 June 2015
  • , Updated: 09 June 2015, 03:30 PM IST

ଭୁବନେଶ୍ୱର: ବାତ୍ୟା ଆଶ୍ରୟସ୍ଥଳୀ ଭଳି ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳୀ। ରାଜ୍ୟର ବନ୍ୟା ପ୍ରବଣ ଅଞ୍ଚଳଗୁଡ଼ିକରେ ନିର୍ମାଣ ହେବ ଏହି ବନ୍ୟା ଆଶ୍ରୟସ୍ଥଳୀ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ବିଜଶ୍ରୀ ରାଉତରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ବର୍ଷକର କାର୍ଯ୍ୟ ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଥିଲେ।

ରାଜସ୍ୱ ମନ୍ତ୍ରୀ କହିଥିଲେ, ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବନ୍ୟା ହୋଇଥାଏ। ତେଣୁ ବାତ୍ୟା ଆଶ୍ରୟସ୍ଥଳୀ ଭଳି ରାଜ୍ୟର ବନ୍ୟା ପ୍ରବଣ ଅଞ୍ଚଳଗୁଡ଼ିକରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ନେଇ ତାଙ୍କ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବଟି ଶୁଣି ମୁଖ୍ୟମନ୍ତ୍ରୀ ଖୁସି ହେଲା ଭଳି ଲାଗିଲେ। ତେଣୁ ସେ ଏହାକୁ ମଞ୍ଜୁରୀ ଦେବେ ବୋଲି ଆମେ ଆଶା କରିଛୁ। କାରଣ ମୁଖ୍ୟମନ୍ତ୍ରୀ ଭଲ ଭାବେ ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ଅବଗତ। ବନ୍ୟା ସମୟରେ ଆଶ୍ରୟ ନେବା ପାଇଁ ଏହି ଆଶ୍ରୟସ୍ଥଳ ଗୁଡ଼ିକ ବେଶ୍ ସହାୟକ ହେବ।

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଖୁବଶୀଘ୍ର ରାଜ୍ୟର ଭୂମିହୀନ ଲୋକଙ୍କ ସଂପର୍କରେ ଏକ ନୂଆ ସର୍ଭେ ହେବ। ଅକ୍ଟୋବର ସୁଦ୍ଧା ଏହି ସର୍ଭେ କାର୍ଯ୍ୟ କରାଯିବ। ଘରଡ଼ିହ ପାଇବାକୁ ବାକି ଥିବା କିଛି ଭୂମିହୀନଙ୍କ ସହିତ ନୂଆ ଭିମହୀନଙ୍କୁ ସର୍ଭେ ପରେ ତୁରନ୍ତ ଘରଡିହ ଯୋଗାଇ ଦିଆଯିବ। ୨୦୧୧-୧୨ବର୍ଷରେ ଏ ନେଇ ଯେଉଁ ସର୍ଭେ କରାଯାଇଥିଲା ସେଥିରେ ରାଜ୍ୟରେ ୧ ଲକ୍ଷ ୪୯ ହଜାର ୨୬୬ ଜଣ ଭୂମିହୀନ ଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୫ ହଜାର ୮୨୬ ଜଣଙ୍କୁ ଘରଡିହ ଯୋଗାଇ ଦିଆଯାଇଛି।  ବାକିମାନଙ୍କୁ ନୂଆ ସର୍ଭେ ଆସିବା ପରେ ତୁରନ୍ତ ଘରଡିହ ଯୋଗାଇ ଦିଆଯିବ।

ଏହା ସହିତ ଲ୍ୟାଣ୍ଡଗ୍ରାଫ୍ଟ ପଲିସିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ ସେ କହିଥିଲେ।

Related story