ରାଜ୍ୟସଭା ନିର୍ବାଚନ: ବିଜେଡିର ୩ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥିପତ୍ର ଗୁଡିକର ଯାଞ୍ଚ ଆଜି ଶେଷ ହୋଇଛି। ଓଡ଼ିଶାରେ ୩ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୬ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଯାଞ୍ଚ ପରେ ୩ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଥିବା ବେଳେ ବିଜେଡିର ୩ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁଚରଣ ଦାସ ଓ ଏନ୍‌. ଭାସ୍କରଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ଅମୀୟ ଷଡ଼ଙ୍ଗୀ କହିଛନ୍ତି। କେ. ଶ୍ୟାମବାବୁ ସୁବୁଦ୍ଧି, […]

Prasanna-Bishnu-Bhaskar

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 04:46 PM IST

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥିପତ୍ର ଗୁଡିକର ଯାଞ୍ଚ ଆଜି ଶେଷ ହୋଇଛି। ଓଡ଼ିଶାରେ ୩ ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୬ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଯାଞ୍ଚ ପରେ ୩ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଥିବା ବେଳେ ବିଜେଡିର ୩ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁଚରଣ ଦାସ ଓ ଏନ୍‌. ଭାସ୍କରଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ଅମୀୟ ଷଡ଼ଙ୍ଗୀ କହିଛନ୍ତି।

କେ. ଶ୍ୟାମବାବୁ ସୁବୁଦ୍ଧି, ଲାଲା ଅରୁଣ କୁମାର ସିଂ ଏବଂ ଡାକ୍ତର ଅକ୍ଷୟ କୁମାର ବେହେରାଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଫଳରେ ବିଜେଡିର ୩ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଆସନ୍ତା ୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହା ପରେ ବିଧିବଦ୍ଧ ଘୋଷଣା କରାଯିବ।

Related story