ରମଣ ସିଂଙ୍କୁ ବିରୋଧ କରିବେ କଂଗ୍ରେସ ଓ ସମାଜବାଦୀ ପାର୍ଟି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ତା’ର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ସାମିଲ ହୋଇଛନ୍ତି। ମାତ୍ର ରମଣଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିବେ ବୋଲି କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି,“ମହାନଦୀର ପାଣିକୁ ବନ୍ଦ କରିଥିବା ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଲେ ବିରୋଧ କରାଯିବ। ଓଡ଼ିଶାରେ ତାଙ୍କୁ ପାଦ […]

sura routray

Rakesh Mallick
  • Published: Monday, 16 January 2017
  • , Updated: 16 January 2017, 07:50 PM IST

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ତା’ର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ସାମିଲ ହୋଇଛନ୍ତି। ମାତ୍ର ରମଣଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିବେ ବୋଲି କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି,“ମହାନଦୀର ପାଣିକୁ ବନ୍ଦ କରିଥିବା ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଲେ ବିରୋଧ କରାଯିବ। ଓଡ଼ିଶାରେ ତାଙ୍କୁ ପାଦ ପକାଇବାକୁ ଦିଆଯିବ ନାହିଁ।”

ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି,“ରମଣ ସିଂ ଯେଉଁ ଜିଲ୍ଲାରେ ପ୍ରଚାର କରିବେ ଆମେ ସେଠି ବିରୋଧ କରିବୁ ଓ ତାଙ୍କ ବିରୋଧରେ ପ୍ରଚାର କରିବୁ। ତାଙ୍କୁ ଓଡ଼ିଶା ମାଟିରେ ପାଦ ଥାପିବାକୁ ଦେବୁନାହିଁ।”

ରମଣ ଓଡ଼ିଶା ଆସିଲେ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସରକାରର ମନମୁଖୀ କାମର ଜବାବ ଲୋକେ ମାଗିବେ ବୋଲି ବିଜେଡି କହିଛି।

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ମହାନଦୀ ସମସ୍ୟାକୁ ରାଜନୈତିକ ପ୍ରହସନ କହୁଥିବା ରମଣ ସିଂ ଓଡ଼ିଶାବାସୀଙ୍କ ପାଇଁ କ’ଣ ପ୍ରସଙ୍ଗ ନେଇ ଆସୁଛନ୍ତି? ଏହାର ଜବାବ ଜନସାଧାରଣ ନିଶ୍ଚିତ ମାଗିବେ।”

ରମଣଙ୍କୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିବେ ବୋଲି ଧମକ ଦେଇଥିବାରୁ ରାଜ୍ୟ ବିଜେପି ଏବେ ଅଡୁଆରେ ପଡ଼ିଯାଇଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଜଣେ ସଫଳ ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶା ଆସିଲେ ଲୋକେ ନିଶ୍ଚିତ ସମର୍ଥନ କରିବେ।”

Related story