ରମେଶ ଲିଙ୍କ୍‌: ୨୦୧୩ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ କରିବ ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ରେ ୨୦୧୩ରେ ଦୁର୍ଘଟଣାରେ ଦୁଇଜଣ ଯୁବକ ମୃତ୍ୟୁବରଣ କରିବା ଘଟଣା ଖୋଳତାଡ଼ କରାଯିବ। ଏହି ଦୁଇ ଯୁବକ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଲାଗି କାମ କରୁଥିଲେ। ତେଣୁ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ତା’ର ଯାଞ୍ଚ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ୨୦୧୩ ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ରସୁଲଗଡ଼ ଅଞ୍ଚଳରୁ ଦୁଇଜଣ ଯୁବକଙ୍କ ମୃତଦେହ ମିଳିଥିଲା। ସେତେବେଳେ ଏହାକୁ ଦୁର୍ଘଟଣା କହି ପୋଲିସ ମାମଲା […]

obama

Rakesh Mallick
  • Published: Monday, 28 March 2016
  • , Updated: 29 March 2016, 03:53 AM IST

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ରେ ୨୦୧୩ରେ ଦୁର୍ଘଟଣାରେ ଦୁଇଜଣ ଯୁବକ ମୃତ୍ୟୁବରଣ କରିବା ଘଟଣା ଖୋଳତାଡ଼ କରାଯିବ। ଏହି ଦୁଇ ଯୁବକ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଲାଗି କାମ କରୁଥିଲେ। ତେଣୁ ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ତା’ର ଯାଞ୍ଚ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

୨୦୧୩ ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ରସୁଲଗଡ଼ ଅଞ୍ଚଳରୁ ଦୁଇଜଣ ଯୁବକଙ୍କ ମୃତଦେହ ମିଳିଥିଲା। ସେତେବେଳେ ଏହାକୁ ଦୁର୍ଘଟଣା କହି ପୋଲିସ ମାମଲା ବନ୍ଦ କରି ଦେଇଥିଲା। ତେବେ ୩ ବର୍ଷ ପରେ ମୃତ ଯୁବକ ପାଇୟା ରାଜୁର ବାପା ମୁହଁ ଖୋଲିଛନ୍ତି। ଏହା ଦୁର୍ଘଟଣା ନୁହେଁ ହତ୍ୟାକାଣ୍ଡ ବୋଲି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ରମେଶ ଜେନାଙ୍କ ପାଇଁ କାମ କରୁଥିଲା ଓ ତାକୁ ହତ୍ୟା କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ସିଦ୍ଧାର୍ଥ ବେହେରା (ରାଜୁର ବାପା) କହିଛନ୍ତି, “ରମେଶ ଜେନା କିମ୍ବା ତା’ର ଅନ୍ୟ ସହଯୋଗୀ ମୋ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି। ଏହାର ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବାକୁ ମୁଁ ଅଭିଯୋଗରେ ଦର୍ଶାଇଛି।”

ଖାରବେଳ ନଗର ଚନ୍ଦ୍ରମା ଆର୍ପାଟମେଣ୍ଟରେ ପୋଲିସ ଚଢାଉ ବେଳେ ରମେଶ ଜେନା ସହ ପଇୟା ରାଜୁ ଧରାପଡିଥିଲା। ଏବେ ସିଦ୍ଧାର୍ଥଙ୍କ ଅଭିଯୋଗ ପରେ ପୋଲିସ ତର୍ଜମା ଆରମ୍ଭ କରିଛି। ଦରକାର ପଡିଲେ ମାମଲାର ତଦନ୍ତ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

Related story