‘ରଙ୍ଗବତୀ’ କାହାର: ସୋନାଙ୍କ ଟ୍ୱିଟ୍‌, ହରିପାଲ୍‌ଙ୍କ ଉତ୍ତର

  ଭୁବନେଶ୍ୱର: ଏସୀୟନ୍‌ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ  ଶଙ୍କର ମହାଦେବନ ‘ରଙ୍ଗବତୀ’ ଗୀତ ଗାଇଥିଲେ। ଏହାକୁ ଆଜି କଡ଼ା ସମାଲୋଚନା କରିଛନ୍ତି ଗାୟିକା ସୋନା ମହାପାତ୍ର। ନିଜ ଟ୍ୱିଟରେ ଓଡ଼ିଶାର ସ୍ୱାଭିମାନ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସୋନା। “ରଙ୍ଗବତୀ” ଗୀତ ଜିତେନ୍ଦ୍ରୀୟ ହରିପାଲ ଗାଇଥିଲେ। ଏସିଆନ୍‌ ଆଥ୍‌ଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ରେ ସେ ଗାଇଥିଲେ  କଣ ଅସୁବିଧା ହୋଇଥାନ୍ତା ବୋଲି ସୋନା ପ୍ରଶ୍ନ କରିଛନ୍ତି। ସୋନାଙ୍କୁ ଜବାବ ରଖିଛନ୍ତି ହରିପାଲ୍‌। ସେ କହିଛନ୍ତି-“ସୋନାଙ୍କର […]

sona-mohapatra

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 06:02 PM IST

 

ଭୁବନେଶ୍ୱର: ଏସୀୟନ୍‌ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ  ଶଙ୍କର ମହାଦେବନ ‘ରଙ୍ଗବତୀ’ ଗୀତ ଗାଇଥିଲେ। ଏହାକୁ ଆଜି କଡ଼ା ସମାଲୋଚନା କରିଛନ୍ତି ଗାୟିକା ସୋନା ମହାପାତ୍ର। ନିଜ ଟ୍ୱିଟରେ ଓଡ଼ିଶାର ସ୍ୱାଭିମାନ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସୋନା। “ରଙ୍ଗବତୀ” ଗୀତ ଜିତେନ୍ଦ୍ରୀୟ ହରିପାଲ ଗାଇଥିଲେ। ଏସିଆନ୍‌ ଆଥ୍‌ଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ରେ ସେ ଗାଇଥିଲେ  କଣ ଅସୁବିଧା ହୋଇଥାନ୍ତା ବୋଲି ସୋନା ପ୍ରଶ୍ନ କରିଛନ୍ତି।

ସୋନାଙ୍କୁ ଜବାବ ରଖିଛନ୍ତି ହରିପାଲ୍‌। ସେ କହିଛନ୍ତି-“ସୋନାଙ୍କର ‘ରଙ୍ଗବତୀ’ ଉପରେ ମନ୍ତବ୍ୟ ଦେବାର ଅଧିକାର ନାହିଁ। ଶଙ୍କର ମହାଦେବନ ଜଣେ ଉଚ୍ଚକୋଟିର କଳାକାର। ସେ ଆମକୁ ଓ ‘ରଙ୍ଗବତୀ’କୁ ସମ୍ମାନ ଦେଇଛନ୍ତି। ସୋନା ରଙ୍ଗବତୀର ମୌଳିକତା ନଷ୍ଟ କରିଛନ୍ତି। ସୋନା ସମ୍ବଲପୁର ଆସି ଆମଠାରୁ ଗାୟନ ଶୈଳୀ ଶିଖନ୍ତୁ।”

Related story