ରଙ୍ଗଶାଳା ଭଙ୍ଗା ବେଳେ...ମୋତେ ମାରି ପରେ ପରେ ମୋ ଘରକୁ ଭାଙ୍ଗିବ

ଯାଜପୁର (ଓଡ଼ିଶା ରିପୋର୍ଟର): ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳାର ବହୁ ଚର୍ଚ୍ଚିତ ରଙ୍ଗଶାଳା। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଆଜି ମାଟିରେ ମିଶାଇଛି ପ୍ରଶାସନ। ଦୀର୍ଘଦିନର ବାଦ ବିବାଦ ପରେ ରୂପେଶଙ୍କ ବେଆଇନ୍ ଗେଷ୍ଟହାଉସ୍ ସିନା ଭାଙ୍ଗିଛି, ସ୍ମିତାରାଣୀଙ୍କ ମୃତ୍ୟୁ  କିନ୍ତୁ ଏବେ ବି ରହସ୍ୟ ଘେରରେ। ଆରମ୍ଭରୁ ଏହି ଭଙ୍ଗାକୁ  ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସରପଞ୍ଚ ପତ୍ନୀ ଓ ତାଙ୍କ ସମର୍ଥକ ଉଚ୍ଛେଦକୁ ଜୋରଦାର […]

7650

Tapas Behera
  • Published: Friday, 07 February 2020
  • , Updated: 07 February 2020, 08:15 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳାର ବହୁ ଚର୍ଚ୍ଚିତ ରଙ୍ଗଶାଳା। ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଆଜି ମାଟିରେ ମିଶାଇଛି ପ୍ରଶାସନ। ଦୀର୍ଘଦିନର ବାଦ ବିବାଦ ପରେ ରୂପେଶଙ୍କ ବେଆଇନ୍ ଗେଷ୍ଟହାଉସ୍ ସିନା ଭାଙ୍ଗିଛି, ସ୍ମିତାରାଣୀଙ୍କ ମୃତ୍ୟୁ  କିନ୍ତୁ ଏବେ ବି ରହସ୍ୟ ଘେରରେ।

ଆରମ୍ଭରୁ ଏହି ଭଙ୍ଗାକୁ  ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସରପଞ୍ଚ ପତ୍ନୀ ଓ ତାଙ୍କ ସମର୍ଥକ ଉଚ୍ଛେଦକୁ ଜୋରଦାର ବିରୋଧ କରିଥିଲେ। ଆଜି ପ୍ରଶାସନ ବୋଲଡୋଜର ନେଇ ପହଞ୍ଚିଥିବା ବେଳେ ରୂପେଶ ଭଦ୍ରଙ୍କ ସରପଞ୍ଚ ପତ୍ନୀ ଏହାକୁ ବିରୋଧ କରିଥିଲେ। କହିଥିଲେ ବେଆଇନ୍‌ ଭାବେ ମୋ ଘରକୁ କେହି ଭାଙ୍ଗିପାରିବ ନାହିଁ। ଆଉ ଯଦି ଭାଙ୍ଗିବ ତେବେ ମୋତେ ମାରି ପରେ ମୋ ଘରକୁ ଭାଙ୍ଗିବ ବୋଲି କହିଥିଲେ। ହେଲେ ଘରୁ ଜିନିଷପତ୍ର ଖାଲିକରିବାକୁ ପ୍ରାୟ ୨ ଘଣ୍ଟାର ମହଲତ ଦେଇ ଗେଷ୍ଟହାଉସ୍‌କୁ ପ୍ରଶାସନ ସଂପୂର୍ଣ୍ଣ ଉଚ୍ଛେଦ କରିଦେଇଛି।

ସରକାରୀ ଦସ୍ତାବିଜ୍ ଅନୁଯାୟୀ ୨୩ ଡିସିମିଲ ଜମିରେ ଥିବା ଏହି ରଙ୍ଗଶାଳାର ଦଖଲରେ ଥିଲେ ରୂପେଶ ଭଦ୍ରଙ୍କ ଭାଇ ରାକେଶ ଭଦ୍ର। ସରକାରୀ ଜାଗାରେ ଠିଆ ହୋଇଥିବାରୁ କାଗଜକଲମରେ ୨୬ ମାର୍ଚ୍ଚ ୨୦୧୮ରେ ଏହାର ଉଚ୍ଛେଦ ଦର୍ଶାଯିବା ସତ୍ତ୍ୱେ ବି ଏହାକୁ ଭୋଗଦଖଲ କରି ଚାଲିଥିଲେ ଭଦ୍ର ପରିବାର। ତେବେ ସ୍ମିତାରାଣୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବାର ପ୍ରାୟ ସାଢ଼େ ୩ ମାସ ପରେ ଆଜି ପ୍ରକୃତରେ ଭାଙ୍ଗିଛି ରଙ୍ଗଶାଳା। ୪ ଘଣ୍ଟାର ଅପରେସନ୍ ପରେ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଏ ମୁକସାକ୍ଷୀକୁ ପ୍ରଶାସନ ମାଟିରେ ତ ମିଶାଇଦେଲା, ହେଲେ ଏଠୁ କେତେଦୂର ଅପରାଧର ପ୍ରମାଣ ଯୋଗାଡ଼ କରିପାରିଛି ପୁଲିସ, ତା ଏବେ ବଡ଼ ପ୍ରଶ୍ନ  । ପ୍ରଶ୍ନ ଏହାବି ଉଠୁଛି ପୂରା ମାମଲା ଉପରୁ ପର୍ଦ୍ଦା ଉଠି ନଥିବା ବେଳେ ରଙ୍ଗଶାଳା ଭାଙ୍ଗିଦେବା ପଛରେ ଆଉ କିଛି ଉଦ୍ଦେଶ୍ୟ ନାହିଁ ତ?

ଗତବର୍ଷ ଅକ୍ଟୋବର ୧୬ ତାରିଖରେ ରୂପେଶ ଭଦ୍ରଙ୍କ ରଙ୍ଗଶାଳାରୁ ସନ୍ଦେହଜନକ ଅବସ୍ଥାରେ ପିଇଓ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ମାମଲାରେ ରୂପେଶ ଏବେ ଜେଲରେ। ହେଲେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ କେବେ ପର୍ଦ୍ଦା ହଟୁଛି ତାକୁ ପରିବାରର ଅପେକ୍ଷା।

Related story