ହାତ ଗୋଡ଼ ବାନ୍ଧି ମହିଳାଙ୍କୁ ଦୁଷ୍କର୍ମ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର) : ବାଲେଶ୍ୱର ଜିଲ୍ଲା ସୋରରେ ହାତ ଗୋଡ଼ ବାନ୍ଧି ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍‌ ସୁଶିଲ ନାୟକ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୬ ତାରିଖ ରାତିରେ ମହିଳାଜଣକ ଘରେ ଏକୁଟିଆ ଥିଲେ । ଏହି ସୁଯୋଗରେ ଉକ୍ତ ଗ୍ରାମର ସୁଶିଲ ସେଠାରେ ପହଞ୍ଚି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଓ […]

hand-1..1

Niharika Rout
  • Published: Thursday, 19 September 2019
  • , Updated: 19 September 2019, 10:33 AM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର) : ବାଲେଶ୍ୱର ଜିଲ୍ଲା ସୋରରେ ହାତ ଗୋଡ଼ ବାନ୍ଧି ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍‌ ସୁଶିଲ ନାୟକ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତ ୧୬ ତାରିଖ ରାତିରେ ମହିଳାଜଣକ ଘରେ ଏକୁଟିଆ ଥିଲେ । ଏହି ସୁଯୋଗରେ ଉକ୍ତ ଗ୍ରାମର ସୁଶିଲ ସେଠାରେ ପହଞ୍ଚି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଓ ତାଙ୍କ ସ୍ୱାମୀ ଗତ ରାତିରେ ସୋର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଗତକାଲି ରାତିରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଆଜି ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବ।

Related story