ଏଏସଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ନବୀନ ନିବାସରେ ମହିଳା

ଭୁବନେଶ୍ୱର/ଉଦଳାରୁ (ଓଡ଼ିଶା ରିପୋର୍ଟର) ଖାକିରେ ଲାଗିଲା ଦୁଷ୍କର୍ମ ଅଭିଯୋଗର କଳଙ୍କ। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଏବଂ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା କପ୍ତିପଦା ଥାନା ଏଏସଆଇଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ପରେ ବି ନ୍ୟାୟ ନମିଳିବାରୁ ଶେଷରେ ସପରିବାର ଆଜି ନବୀନ ନିବାସର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ପଥର ଚୋରାଚାଲାଣ ମାମଲାରେ ଫସିବା ପରେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ଏଏସଆଇ।  ତେବେ […]

4570

4570

Tapas Behera
  • Published: Monday, 16 September 2019
  • Updated: 16 September 2019, 08:54 PM IST

Sports

Latest News

ଭୁବନେଶ୍ୱର/ଉଦଳାରୁ (ଓଡ଼ିଶା ରିପୋର୍ଟର) ଖାକିରେ ଲାଗିଲା ଦୁଷ୍କର୍ମ ଅଭିଯୋଗର କଳଙ୍କ। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଏବଂ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା କପ୍ତିପଦା ଥାନା ଏଏସଆଇଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ପରେ ବି ନ୍ୟାୟ ନମିଳିବାରୁ ଶେଷରେ ସପରିବାର ଆଜି ନବୀନ ନିବାସର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ପଥର ଚୋରାଚାଲାଣ ମାମଲାରେ ଫସିବା ପରେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ଏଏସଆଇ।  ତେବେ କିଏ ସତ କହୁଛନ୍ତି, ତାକୁ ନେଇ ଲାଗିରହିଛି ସସ୍ପେନ୍ସ। କପ୍ତିପଦା ଥାନା ASI ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତ ମେ ୧୨ରେ ଏଏସ୍ଆଇ ଏକ ମିଛ ମାମଲାରେ ତାଙ୍କ ପରିବାର ଲୋକଙ୍କୁ ଗିରଫ କରିବାକୁ ଯାଇଥିଲେ । ତାସହ ଘରେ ପଶି ତାଙ୍କୁ ସେ ଦୁର୍ଷ୍କମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ପୀଡ଼ିତା ଏହାର ପ୍ରତିବାଦ କରିବାରୁ ପରିବାର ସଦସ୍ୟଙ୍କୁ ମାଡ଼ ମାରିବା ସହ ଖସି ପଳାଇବାକୁ ଉଦ୍ୟମ ବେଳେ ମୁଣ୍ଡରେ ଗ୍ରୀଲ୍ ବାଜି ଆହତ ହୋଇଥିବା କହିଛନ୍ତି ପୀଡ଼ିତା। ତେବେ ପୁଲିସ ନିକଟରୁ ନ୍ୟାୟ ନ ମିଳିବା ପରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

ସେପଟେ ASI ଶୁଭେନ୍ଦୁ ବେହେରାଙ୍କ କହିବା କଥା, ଅଭିଯୋଗକାରିଣୀଙ୍କ ସ୍ୱାମୀ ଜଣେ ପଥର ମାଫିଆ। ଏକ ପଥର ଚୋରା ଚାଲାଣ ମାମଲାରେ ତଦନ୍ତ ପାଇଁ ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ଆରଆଇଙ୍କୁ  ଆକ୍ରମଣ କରିଥିଲେ। ଏହାକୁ ଆଧାର କରି କପ୍ତିପଦା ତହସିଲଦାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମେ ୧୨ ତାରିଖ ରାତିରେ ଏଏସ୍ଆଇ ତଦନ୍ତ ଲାଗି ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ପୁଲିସକୁ ଆକ୍ରମଣ କରିଥିଲେ ବୋଲି ତହସିଲଦାର ଅଭିଯୋଗ କରିଥିଲେ। ଏହି ଘଟଣାରେ ଉଭୟ ଭାଇ ଗିରଫ ହୋଇ ଜେଲ୍ ଯାଇଥିଲେ।  ବେଲ୍‌ରେ ଫେରିବା ପରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଏଏସ୍ଆଇ କହିଛନ୍ତି।

କିଏ ସତ କହୁଛନ୍ତି ? ଅଭିଯୋଗକାରିଣୀ ନା ଏଏସ୍ଆଇ ? ମେ ୧୨ର ଘଟଣା, ଏତେ ବିଳମ୍ବରେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ସସ୍ପେନ୍ସ ବଢ଼ିଛି।  ଉଚିତ ତଦନ୍ତ ହେଲେ ଘଟଣା ପଛର ଗୁମର ଖୋଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos