ଶ୍ୱଶୁର ବିରୋଧରେ ଦୁଷ୍କର୍ମ ଅଭିଯୋଗ

ରାଜନଗର (ଓଡ଼ିଶା ରିପୋର୍ଟର): ଶ୍ୱଶୁର ବିରୋଧରେ ବୋହୂ ଆଣିଛି ଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ନାଉକଣା ଗାଁରୁ। ଏନେଇ ରାଜନଗର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁରଙ୍କୁ ଗିରଫ କରିଛି।

ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, “ତାଙ୍କ ସ୍ୱାମୀ ହାଇଦ୍ରାବାଦରେ ରହୁଛନ୍ତି। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶ୍ୱଶୁର ବିଭିନ୍ନ ସମୟରେ ମୋତେ ଦୁଷ୍କର୍ମ କରିଛନ୍ତି।”

ଅଭିଯୋଗ ପରେ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛି କି ନାହିଁ ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।