ବାହାଘର ଶୋଭାଯାତ୍ରା ବେଳେ ୭ ବର୍ଷର ଝିଅକୁ ଦୁଷ୍କର୍ମ

ସୋର(ଓଡ଼ିଶା ରିପୋର୍ଟର): ପୁଣି ଲଜ୍ଜା। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗାଁରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଜନଗହଳିର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ସୋର ଥାନା ପୁରୁଷୋତ୍ତମପୁର ଗାଁର ମନୀନ୍ଦ୍ର ମଲ୍ଲିକ।

ଏନେଇ ନାବାଳିକାଙ୍କ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ମନୀନ୍ଦ୍ରକୁ ଗିରଫ କରିଛି।