ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦରକୁ ହ୍ରାସ କରିଛନ୍ତି। ରାଜ୍ୟର ସମସ୍ତ ଘରୋଇ ଲ୍ୟାବ୍ରୋଟୋରୀର ଏଣିକି ୧୦୦ଟଙ୍କାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିହେବ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଆଇସିଏମଆର ଗାଇଡଲାଇନ୍ ଓ ଟେଷ୍ଟିଂ ପ୍ରୋଟୋକଲକୁ ପାଳନ କରି ଭୁବନେଶ୍ୱରସ୍ଥିତ ଆରଏମଆରସିର ତଦାରଖରେ ଘରୋଇ ଲ୍ୟାବ୍ରୋଟୋରୀରେ ଟେଷ୍ଟ କରିବେ। ରାଜ୍ୟରେ ଥିବା ସମସ୍ତ ଘରୋଇ ଲ୍ୟାବ୍ରୋଟୋରୀରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏଣିକି ସର୍ବାଧିକ ୧୦୦ଟଙ୍କା(ଜିଏସଟିକୁ ମିଶାଇ)ରେ ହେବ। ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦର ୪୦୦ଟଙ୍କାରେ ମିଳୁଛି।