‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜମୁଛି ରସଗୋଲା ମହୋତ୍ସବ। ଓଡ଼ିଶା ଟେଲିଭିଜନ ନେଟ୍ୱାର୍କ ଓ ଭାରତ ମସଲା ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବିଶେଷ ଆୟୋଜନର ଢେର ମଜା ଉଠାଇଛନ୍ତି ମିଠି ପ୍ରେମୀ। ମକର ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡ଼ିଆରେ ଆୟୋଜିତ ଏହି ଦିନିକିଆ ରସଗୋଲା ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ବ୍ୟବସାୟୀ ସାମିଲ ହୋଇଛନ୍ତି। ମହୋତ୍ସବରେ ବିଭିନ୍ନ ରଙ୍ଗ, ଭିନ୍ନ ଭିନ୍ନ ଆକାର ଓ ଭିନ୍ନ ସ୍ୱାଦର ରସଗୋଲା […]

rasagola

Jyoshna Pradhan
  • Published: Monday, 14 January 2019
  • , Updated: 14 January 2019, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜମୁଛି ରସଗୋଲା ମହୋତ୍ସବ। ଓଡ଼ିଶା ଟେଲିଭିଜନ ନେଟ୍ୱାର୍କ ଓ ଭାରତ ମସଲା ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବିଶେଷ ଆୟୋଜନର ଢେର ମଜା ଉଠାଇଛନ୍ତି ମିଠି ପ୍ରେମୀ।

ମକର ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡ଼ିଆରେ ଆୟୋଜିତ ଏହି ଦିନିକିଆ ରସଗୋଲା ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ବ୍ୟବସାୟୀ ସାମିଲ ହୋଇଛନ୍ତି। ମହୋତ୍ସବରେ ବିଭିନ୍ନ ରଙ୍ଗ, ଭିନ୍ନ ଭିନ୍ନ ଆକାର ଓ ଭିନ୍ନ ସ୍ୱାଦର ରସଗୋଲା ଉପଲବ୍ଧ ହେଉଛି। ଗତବର୍ଷଠୁ ଓଡ଼ିଶାର ପ୍ରଥମ କରି ଆରମ୍ଭ ହୋଇଥିବା ରସଗୋଲା ମହୋତ୍ସବର ଏହା ହେଉଛି ଦ୍ୱିତୀୟ ସଂସ୍କରଣ। ମହୋତ୍ସବରେ ଏଥର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’।

Related story