ରସଗୋଲା ନେଇଗଲେ ଦିଦି: ଏବେ ଆବେଦନ କରିବ ଓଡ଼ିଶା

Ordigital Desk
  • Published: Wednesday, 15 November 2017
  • , Updated: 15 November 2017, 06:21 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରସଗୋଲା ୮୦୦ ବର୍ଷ ପୁରୁଣା। ଏହାର ସ୍ୱତନ୍ତ୍ରତା ରହିଛି। ଏହି ରସଗୋଲାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ। ସବୁ ତଥ୍ୟ ପ୍ରମାଣ ଯୋଗାଡ଼ କରି ଜିଆଇ ମାନ୍ୟତା ଲାଗି ଶୀଘ୍ର ଆବେଦନ କରାଯିବ। ଆଜି ଏପରି ବିବୃତ୍ତି ଦେଇଛନ୍ତି କ୍ଷୁଦ୍ର ଶିଳ୍ପ ସଚିବ ଏଲ୍. ଏନ୍. ଗୁପ୍ତା। ରସଗୋଲା ନେଇ ସଚିବାଳୟରେ ଏକ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।</p> <p>ଗତକାଲି ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ମାନ୍ୟତା ମିଳିବା ପରେ ଓଡ଼ିଶା ସରକାରଙ୍କ ଚତନା ଉଦୟ ହୋଇଥିଲା। ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ରସଗୋଲା ଆମର କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜିଆଇ ମାନ୍ୟତା ପାଇଁ ଆବେଦନଟିଏ ମଧ୍ୟ କରି ନଥିବା ଜଣାପଡିଥିଲା। ଦିଦି ରସଗୋଲା ନେଇଯିବା ପରେ ରାଜ୍ୟ ସରକାରଙ୍କ ଯେମିତି କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି। ଆଉ ଏବେ ରସଗୋଲାକୁ ନିଜର କରିବାକୁ ଘନ ଘନ ବିବୃତ୍ତି ଦେବାରେ ଲାଗିଛନ୍ତି। ଆଜି ଏହି ପରିପେକ୍ଷୀରେ ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ଏମ୍&zwnj;ଏସ୍&zwnj;ଏମ୍&zwnj;ଇ, ବିଜ୍ଞାନ ଓ ପ୍ରଯୁକ୍ତି, ଆଇନ ସଚିବ ଉପସ୍ଥିତ ଥିଲେ। ଓଡ଼ିଶାର ରସଗୋଲା ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।</p>

Related story