ରସଗୋଲା ବିବାଦ: ତଥ୍ୟ ଅନୁସନ୍ଧାନ ପାଇଁ ସରକାର ଗଠନ କଲେ ୩ଟି କମିଟି

ଭୁବନେଶ୍ୱର: ରସଗୋଲା ଉତ୍ପତ୍ତିସ୍ଥଳକୁ ନେଇ ଦେଖାଦେଇଛି ବିବାଦ। ଏନେଇ ଓଡ଼ିଶା ଓ ପଶ୍ଚିମ ବଙ୍ଗ ମଧ୍ୟରେ ଚାଲିଛି ଟଣାଓଟରା। ପ୍ରସଙ୍ଗ। ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି। ଏ ସଂପର୍କରେ ସୂଚନା ଦେଇ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଗଠନ କରାଯାଇଥିବା କମିଟିରେ ଏମ୍ଏସ୍ଏମ୍ଇ ଓ ସଂସ୍କୃତି ବିଭାଗର ପ୍ରତିନିଧି ରହିବେ। ପ୍ରଥମ କମିଟି […]

rasagola

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 02:17 PM IST

ଭୁବନେଶ୍ୱର: ରସଗୋଲା ଉତ୍ପତ୍ତିସ୍ଥଳକୁ ନେଇ ଦେଖାଦେଇଛି ବିବାଦ। ଏନେଇ ଓଡ଼ିଶା ଓ ପଶ୍ଚିମ ବଙ୍ଗ ମଧ୍ୟରେ ଚାଲିଛି ଟଣାଓଟରା। ପ୍ରସଙ୍ଗ। ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି। ଏ ସଂପର୍କରେ ସୂଚନା ଦେଇ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଗଠନ କରାଯାଇଥିବା କମିଟିରେ ଏମ୍ଏସ୍ଏମ୍ଇ ଓ ସଂସ୍କୃତି ବିଭାଗର ପ୍ରତିନିଧି ରହିବେ। ପ୍ରଥମ କମିଟି ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ କରି ରିପୋର୍ଟ ଦେବ। ଦ୍ୱିତୀୟ କମିଟି ପଶ୍ଚିମ ବଙ୍ଗ କେଉଁ ଆଧାରରେ ଦାବି କରୁଛି ତା’ର ତର୍ଜମା କରିବ। ସେହିପରି ତୃତୀୟ କମିଟି ଓଡ଼ିଶାର ଦାବି ଉପସ୍ଥାପନ ପାଇଁ କାଗଜପତ୍ର ଉପସ୍ଥାପନ କରିବ।

Related story