ରାସ୍ତାରୁ ହଟିବ ସ୍ପିଡ୍‌ ବ୍ରେକର

ଭୁବନେଶ୍ୱର: ମାସକ ମଧ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରୁ ସ୍ପିଡ୍‌ ବ୍ରେକର ହଟାଯାଇ ଏହା ସ୍ଥାନରେ ରମ୍ବଲ୍ସ ଓ ସାଇନ୍‌ ବୋର୍ଡ ଲଗାଯିବ। ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆଜି ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଦୁର୍ଘଟଣା କମିବ ବୋଲି ଆଶା କରାଯାଉଛି। ଡ୍ରାଇଭରମାନଙ୍କୁ ସଚେତନ କରାଯିବ। ବସ୍‌ ହେଉ କି ଟ୍ରକ୍‌ ସ୍ପଡ ଗଭର୍ଣ୍ଣର ନ ଲାଗିଲେ ପରମିଟ୍‌ ଦିଆଯିବ ନାହିଁ ବୋଲି ବୈଠକରେ […]

speed-breaker

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 07:06 PM IST

ଭୁବନେଶ୍ୱର: ମାସକ ମଧ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରୁ ସ୍ପିଡ୍‌ ବ୍ରେକର ହଟାଯାଇ ଏହା ସ୍ଥାନରେ ରମ୍ବଲ୍ସ ଓ ସାଇନ୍‌ ବୋର୍ଡ ଲଗାଯିବ। ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆଜି ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଦୁର୍ଘଟଣା କମିବ ବୋଲି ଆଶା କରାଯାଉଛି। ଡ୍ରାଇଭରମାନଙ୍କୁ ସଚେତନ କରାଯିବ। ବସ୍‌ ହେଉ କି ଟ୍ରକ୍‌ ସ୍ପଡ ଗଭର୍ଣ୍ଣର ନ ଲାଗିଲେ ପରମିଟ୍‌ ଦିଆଯିବ ନାହିଁ ବୋଲି ବୈଠକରେ ସ୍ଥିର ହୋଇଛି।

ମାସକ ମଧ୍ୟରେ ଏହି କାମ ସାରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମାସକ ପରେ ପୁଣି ଏକ ବୈଠକ ବସି କାର୍ଯ୍ୟର ତଦାରଖ କରାଯିବ।

ଓଭରଲୋଡିଂ ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବ୍ୟବସ୍ଥା ହୋଇଛି। ଗାଡ଼ି ଓଭରଲୋଡ ଥିଲେ ଏହାକୁ ସିଜ୍‌ କରାଯିବା ସହ ଡ୍ରାଇଭରର ଲାଇସେନ୍ସ ରଦ୍ଦ କରାଯିବ। ଏହାସହ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି।

ତଥ୍ୟ ଅନୁସାରେ ୯୮ ପ୍ରତିଶତ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କୁ ଦାୟୀ କରାଯାଇଛି। ପ୍ରାୟ ୬୩ ପ୍ରତିଶତ ଦୁର୍ଘଟଣାର କାରଣ ୨୧ରୁ ୪୪ ବର୍ଷ ବୟସର ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା। ଦ୍ରୁତଗତି ଯୋଗୁଁ ୩୯ ପ୍ରତିଶତ, ମଦ୍ୟପାନ ଯୋଗୁଁ ୯.୩୧ ପ୍ରତିଶତ ଏବଂ ଓଭରଲୋଡିଂ ପାଇଁ ୩୬ ପ୍ରତିଶତ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ପ୍ରାଣ ହରାଉଥିବା ୭୨ ପ୍ରତିଶତଙ୍କ ବୟସ ୪୫ ପ୍ରତିଶତରୁ କମ୍‌ ବୋଲି ଜଣାପଡିଛି।

ଆଜିର ବୈଠକରେ ପରିବହନ ମନ୍ତ୍ରୀଙ୍କ ସମେତ ବିଭାଗୀୟ କମିଶନର, ଘରୋଇ ବସ୍‌ ଓ ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Related story