ନନ୍ଦିଘୋଷ ଓ ତାଳଧ୍ୱଜ ସାଜିଲା ଡଙ୍ଗା, ଶଗଡ଼ ସାଜିଲା ରଥ

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ଏକଦା ପୁରୀରୁ ଶ୍ରୀଜଗନ୍ନାଥଙ୍କୁ ନେଇ ଚିଲିକା ମଝିରେ ଲୁଚାଇ ଦିଆଯାଇଥିଲା। ମହାପ୍ରଭୁଙ୍କ ପୂଜା ଏହିଠାରେ ହୋଇଥିଲା। ଏହି ଚିଲିକା ମଝିରେ ଥିବା ବାଲିକୁଦରେ ଇତିହାସକୁ ଉଜାଗର ରଖିବା ନିମନ୍ତେ କାହିଁ କେଉଁ କାଳରୁ ପାଳନ ହେଉଛି ରଥଯାତ୍ରା। ଯେଉଁଠି ଶଗଡ଼ରେ ରଥଯାତ୍ରା ହୁଏ। ନନ୍ଦିଘୋଷ ଓ ତାଳଧ୍ୱଜ ସାଜେ ଡଙ୍ଗା। ମହାପ୍ରଭୁ ଏହି ଶଗଡ଼ରେ ବସି ରଥଯାତ୍ରା କରୁଥିବାରୁ ଏହାର ନାମ ଶଗଡ଼ି ରଥଯାତ୍ରା ବୋଲି କୁହାଯାଏ। ଶ୍ରୀବିଗ୍ରହମାନେ ଡଙ୍ଗାରେ ବସି ଚିଲିକା ଭ୍ରମଣ […]

rathayatra-1

  • Published: Friday, 01 July 2022
  • , Updated: 01 July 2022, 05:49 PM IST

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ଏକଦା ପୁରୀରୁ ଶ୍ରୀଜଗନ୍ନାଥଙ୍କୁ ନେଇ ଚିଲିକା ମଝିରେ ଲୁଚାଇ ଦିଆଯାଇଥିଲା। ମହାପ୍ରଭୁଙ୍କ ପୂଜା ଏହିଠାରେ ହୋଇଥିଲା। ଏହି ଚିଲିକା ମଝିରେ ଥିବା ବାଲିକୁଦରେ ଇତିହାସକୁ ଉଜାଗର ରଖିବା ନିମନ୍ତେ କାହିଁ କେଉଁ କାଳରୁ ପାଳନ ହେଉଛି ରଥଯାତ୍ରା। ଯେଉଁଠି ଶଗଡ଼ରେ ରଥଯାତ୍ରା ହୁଏ। ନନ୍ଦିଘୋଷ ଓ ତାଳଧ୍ୱଜ ସାଜେ ଡଙ୍ଗା। ମହାପ୍ରଭୁ ଏହି ଶଗଡ଼ରେ ବସି ରଥଯାତ୍ରା କରୁଥିବାରୁ ଏହାର ନାମ ଶଗଡ଼ି ରଥଯାତ୍ରା ବୋଲି କୁହାଯାଏ। ଶ୍ରୀବିଗ୍ରହମାନେ ଡଙ୍ଗାରେ ବସି ଚିଲିକା ଭ୍ରମଣ କରନ୍ତି। ଶ୍ରୀବିଗ୍ରହଙ୍କ ଏହି ଗୁପ୍ତ ଲୀଳା କ୍ଷେତ୍ରର ନାମ କାଙ୍କଣ ଶିଖରୀ। ଆଜି ଏଠାରେ ରଥଯାତ୍ରା ଧୁମଧାମରେ ପାଳିତ ହେଉଛି।

ସୂଚନା ମୁତାବକ, ୧୯୩୧ ମସିହା ମୋଗଲ ସାମ୍ରାଜ୍ୟ ସମୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ସେତେବେଳେ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ସ୍ଥାନ ଖୋଜା ପଡ଼ିଥିଲା। ପୁରୀର ଗଜପତି ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ସେବାୟତ ଓ ସନ୍ୟମାନେ ଚିଲିକାର ଦୋବନ୍ଦା ଘାଟ ଦେଇ ଶ୍ରୀ ବିଗ୍ରହଙ୍କୁ ଆଣି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରୀ ଗାଁ ନିକଟ ଚିଲିକା ହ୍ରଦ ମଧ୍ୟରେ ଥିବା କାଙ୍କଣ କୁଦା( କାଙ୍କଣ ଶିଖରୀ)ରେ ପହଞ୍ଚିଥିଲେ। ଏଠାରେ ଶ୍ରୀବିଗ୍ରହମାନଙ୍କୁ ପ୍ରାୟ ୭ ମାସ ୨୭ ଦିନ ଧରି ଲୁଚାଇ ରଖାଯାଇଥିଲା। ଏହି ସମୟରେ ଏଠାରେ ପାରମ୍ପରିକ ଭାବେ ମହାପ୍ରଭୁଙ୍କ ସମସ୍ତ ଯାତ୍ରା ଓ ନୀତି ଅନୁଷ୍ଠିତ ହୋଇଥିଲା। ଏହି ଗୁପ୍ତ ସ୍ଥାନ କାଙ୍କଣ ଶିଖରୀ ବୋଲି ନାଁ ପାଇଥିଲା। ଯାହା ଖୋର୍ଦ୍ଧା ଜିଲ୍ଲା ନଇରୀ ଠାରେ ଅବସ୍ଥିତ।

ଶ୍ରୀବିଗ୍ରହ ଏଠାରେ ଥିବା ବେଳେ ଠାକୁରଙ୍କୁ ଭୋଗ ଲାଗି ପାଇଁ  ପାଖରେ କୌଣସି ନୈବେଦ୍ୟ ନଥାଏ । ସେହି କୁଦରେ ଫଳୁଥିବା କଣ୍ଟାଯୁକ୍ତ ଫଳ ମହାପ୍ରଭୁଙ୍କ ନୈବେଦ୍ୟ ଓ ଭୋଗ ଭାବେ ଅର୍ପଣ କରାଯାଉଥିଲା। ଯାହା ଆମେ କାଙ୍କଣ ବୋଲି କହିଥାଉ। ଯାହା କାଳକ୍ରମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପଣ ମହାପ୍ରସାଦରେ ବ୍ୟବହାର କରାଯାଉଛି। ପୂର୍ବରୁ କଣ୍ଟା ଜାତୀୟ ଫଳ ହୋଇଥିବାରୁ ଏହାକୁ ମହାପ୍ରସାଦରେ ବ୍ୟବହାର କରାଯାଉନଥିଲା।

ପରେ ମହାପ୍ରଭୁଙ୍କୁ କାଙ୍କଣ ଶିଖରୀ ନିକଟସ୍ଥ ନଇରୀ ଗ୍ରାମର ଶ୍ରୀଶ୍ରୀହରିହରଶ୍ୱର ଦେବଙ୍କ ପୀଠକୁ ଗୁପ୍ତରେ ସ୍ଥାନାନ୍ତର କରାଯା‌ଇଥିଲା।

ହେଲେ ସେହି ଦିନଠାରୁ ଏହି ସ୍ଥାନରେ  ଶ୍ରୀଜଗନ୍ନାଥଙ୍କ ମନ୍ଦିର କରାଯାଇ ପାରମ୍ପରିକ ଭାବେ ପୂଜା ଆରମ୍ଭ ହୋଇଥିଲା। ଏହି ସ୍ଥାନଟି ଲୋକମୁଖରେ କାଙ୍କଣ ଶିଖରୀ କ୍ଷେତ୍ର ଭାବେ ପରିଚିତ ହେଲା। ଛୋଟ ପାହାଡ଼ ଉପରେ ଥିବା ଏହି ପବିତ୍ର ସ୍ଥାନକୁ ଚାରି ପାଖରୁ ନୀଳାମ୍ଭୁ ଚିଲିକା ଘେରି ରହିଛି।

[caption id="attachment_746074" align="aligncenter" width="650"] ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନଇରୀରେ ଥିବା ଶ୍ରୀବିଗ୍ରହଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ।[/caption]

ରଥଯାତ୍ରା ସମୟରେ ଏକ ଶଗଡ଼ ଗାଡ଼ି ବ୍ୟବହାର କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା କରାଯାଏ। ଯାହାକୁ ଶଗଡି ରଥଯାତ୍ରା ବୋଲି କୁହାଯାଏ। ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଠାକୁରମାନଙ୍କୁ ଦୁଇଟି ଡଙ୍ଗାରେ ବସାଇ ଚିଲିକାରେ ପରିଭ୍ରମଣ କରିଥାନ୍ତି। ଘଣ୍ଟ ଘଣ୍ଟି ଧ୍ୱନିରେ ଏହି ଯାତ୍ରା ହୁଏ। ଏହି ସ୍ଥାନ ନିକଟରେ ଥିବା ନଇରୀ ଗ୍ରାମର ଶ୍ରୀଶ୍ରୀହରିହରଶ୍ୱର ଦେବଙ୍କ ପୀଠକୁ ତିନି ଠାକୁରଙ୍କୁ  ଶଗଡ ଗାଡ଼ିରେ ଯାଇଥାନ୍ତି।

Related story