ରଥ ନିର୍ମାଣ ଅନୁକୂଳ ସରିଲା, ୨ ମାସରେ ସରିବ କାମ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ମୁତାବକ ବିଧିବିଧାନରେ ରଥ ନିର୍ମାଣ ଶୁଭ ଅନୁକୂଳ ହୋଇଛି। ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି ବାଡରୁ ଆଜ୍ଞାମାଳ ଆଣି ଶ୍ରୀନଅର ରଥ ଖଳାରେ ପହଞ୍ଚି ଥିଲେ। ଏହାର ପଛେ ପଛେ ଶ୍ରୀମନ୍ଦିରରୁ ମଣିବିମାନରେ ବସି ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିରାଜମାନ କରିଥିଲେ। ସାଥିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ରଥ ଖଳାରେ ପହଞ୍ଚି ଥିଲେ। ରଥ ଖଳାରେ ହୋଇଥିବା ବନଯାଗ ଚାଳିରେ […]

Ratha-katha

  • Published: Tuesday, 03 May 2022
  • , Updated: 03 May 2022, 06:40 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ମୁତାବକ ବିଧିବିଧାନରେ ରଥ ନିର୍ମାଣ ଶୁଭ ଅନୁକୂଳ ହୋଇଛି। ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି ବାଡରୁ ଆଜ୍ଞାମାଳ ଆଣି ଶ୍ରୀନଅର ରଥ ଖଳାରେ ପହଞ୍ଚି ଥିଲେ। ଏହାର ପଛେ ପଛେ ଶ୍ରୀମନ୍ଦିରରୁ ମଣିବିମାନରେ ବସି ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିରାଜମାନ କରିଥିଲେ। ସାଥିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ରଥ ଖଳାରେ ପହଞ୍ଚି ଥିଲେ। ରଥ ଖଳାରେ ହୋଇଥିବା ବନଯାଗ ଚାଳିରେ ଅନୁକୂଳ ହେବାକୁ ଥିବା ରଥ କାଠ ଉପରେ ପୂଜାପଣ୍ଡାମାନେ ଆଜ୍ଞାମାଳ ରଖିଥିଲେ।

ଶ୍ରୀମନ୍ଦିର ପୁରୋହିତ ଓ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ବନଯାଗ ପଦ୍ଧତ୍ତିରେ ପୂଜା ଓ ହୋମ କରାଯାଇଥିଲା। ପରେ ସୁନା କୁରାଢି, ରୂପା କୁରାଢୀ ଓ ଲୁହା କୁରାଢୀ ଦ୍ୱାରା ରଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା। ତିନି ରଥ ଉଦ୍ଦେଶ୍ୟରେ ତିନି ରଥର ମୁଖ୍ୟ ବର୍ଦ୍ଧକୀମାନଙ୍କ ଦ୍ୱାରା ତିନି ଖଣ୍ଡ କାଠରେ ଏହି କୁରାଢ଼ି ସ୍ପର୍ଶ କରାଯାଇଥିଲା। ଦେଉଳ ପୁରୋହିତଙ୍କ ଦ୍ୱାରା ରଥ ଅନୁକୂଳ ହୋମ ପରେ ପଡ଼ିଆ କରଣ ରଥ ବର୍ଦ୍ଧକୀମାନଙ୍କ ମସ୍ତରକରେ ଶାଢ଼ି ବାନ୍ଧି ଦେଇଥିଲେ। ଏହା ରଥଯାତ୍ରାର ପ୍ରଥମ ପାଦ। ରଥ ନିର୍ମାଣ ଅନୁକୂଳ ବଢ଼ିବା ପରେ ବିଜେ ପ୍ରତିମା ମାନେ ନରେଦ୍ର ସରୋବରରେ ଚାପ ଯାତ୍ରା ନିମନ୍ତେ ବିଜେ କରିଥିଲେ।

ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ପ୍ରଶାସନିକ ବହୁ ଅଧିକାରୀ, ରଥ ନିର୍ମାଣକାରୀ ବିଶ୍ୱକର୍ମା ସେବକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨ ମାସ ଭିତରେ ରଥ ନିର୍ମାଣ ଶେଷ ହେବ। ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ରଥଯାତ୍ରା ସ୍ୱାଭାବିକ ହେବ ଓ ଭକ୍ତମାନେ ପୂର୍ବପରି ଏହି ମହାପର୍ବରେ ସାମିଲ ହେବା ଆଶା ରହିଛି।

Related story