ରଥଯାତ୍ରା ଶୃଙ୍ଖଳା ସମ୍ବନ୍ଧୀୟ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି

ପୁରୀ:  ନବକଳେବର ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ଆଶିଷ କୁମାର ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ । ବିଶେଷକରି ଛତିଶା ନିଯୋଗର ଅନୁମୋଦିତ ହୋଇଥିବା ଚକାବିଜେଠାରୁ ରଥଯାତ୍ରା, ବାହୁଡା […]

gajapati

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 03:08 AM IST

ପୁରୀ:  ନବକଳେବର ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ଆଶିଷ କୁମାର ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ । ବିଶେଷକରି ଛତିଶା ନିଯୋଗର ଅନୁମୋଦିତ ହୋଇଥିବା ଚକାବିଜେଠାରୁ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ନୀତି ଏବଂ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିର୍ଘଣ୍ଟ ସମୟ ଉପରେ ଆଲୋଚନା କରାଯାଇ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଅନୁମୋଦିତ କରାଯିବ । ସେହିଭଳି ଅନ୍ତଃ ବନଯାଗ ସମ୍ପର୍କୀତ ଆଲୋଚନାରେ ବ୍ରହ୍ମ ବିଭ୍ରାଟ, ବିବାଦୀୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ । ଏହାସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଷ୍ଟାଟସ ରିପୋର୍ଟ ପରିଚାଳନା କମିଟିରେ ଦାଖଲ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଗର୍ଭଗୃହ ଶୀତଳୀକରଣ ବ୍ୟବସ୍ଥା, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ମରାମତି, ଜଗମୋହନ ଭିତର ପାର୍ଶ୍ୱ ଛାତ ସଂରକ୍ଷଣ ଉପରେ ଆଲୋଚନା କରାଯିବ।

Related story