ଯୋଗ୍ୟ ହିତାଧିକାରୀଙ୍କୁ ମାସେ ମଧ୍ୟରେ ମିଳିବ ରାସନକାର୍ଡ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଦରଖାସ୍ତ ଦେଇଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆସନ୍ତା ଏକ ମାସ ମଧ୍ୟରେ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି,“ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ଏ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ନାହାନ୍ତି, କିମ୍ବା ଦରଖାସ୍ତ ପୂରଣ ଜନିତ ତ୍ରୁଟିରୁ ସେମାନଙ୍କ ଦରଖାସ୍ତ ନାକଚ ହୋଇଯାଇଛି, ସେମାନେ ପୁଣି ଥରେ ଦରଖାସ୍ତ ଦେଇ ନିୟମ ଅନୁଯାୟୀ ନିଜ ଦରଖାସ୍ତର […]

sanjay-dashburma

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 08:13 PM IST

ଭୁବନେଶ୍ୱର: ଦରଖାସ୍ତ ଦେଇଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଆସନ୍ତା ଏକ ମାସ ମଧ୍ୟରେ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି,“ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ଏ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ନାହାନ୍ତି, କିମ୍ବା ଦରଖାସ୍ତ ପୂରଣ ଜନିତ ତ୍ରୁଟିରୁ ସେମାନଙ୍କ ଦରଖାସ୍ତ ନାକଚ ହୋଇଯାଇଛି, ସେମାନେ ପୁଣି ଥରେ ଦରଖାସ୍ତ ଦେଇ ନିୟମ ଅନୁଯାୟୀ ନିଜ ଦରଖାସ୍ତର ପୁନର୍ବିଚାର କରାଇ ପାରିବେ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ହେବା ପାଇଁ ଦରଖାସ୍ତ ଦେବାର କୌଣସି ସମୟ ସୀମା ନାହିଁ। ଏହା ଯେ କୌଣସି ସମୟରେ କରାଯାଇପାରିବ।”

ଖାଦ୍ୟ ସୁରକ୍ଷା ଯୋଜନାରେ ବେଆଇନ ଭାବେ ରାସନକାର୍ଡ ହାତେଇ ଥିବା ବ୍ୟକ୍ତିମାନଙ୍କୁ ଶେଷ ଥର ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି,“ବେଆଇନ ଭାବେ ରାସନକାର୍ଡ ହାତେଇଥିବା ବ୍ୟକ୍ତିମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କାର୍ଡ ଫେରାଇ ଦେଲେ ନେଇଥିବା ଖାଦ୍ୟ ସାମଗ୍ରୀର ମୂଲ୍ୟ ବାବଦକୁ ଅର୍ଥ ଫେରସ୍ତ କରିବାକୁ ପଡ଼ିବ ନାହିଁ। ସେହିପରି ସମୟସୀମା ମଧ୍ୟରେ କାର୍ଡ ଫେରାଇ ଦେଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ବି ରୁଜୁ କରାଯିବ ନାହିଁ।”

ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି,“ଯେଉଁ ବ୍ୟକ୍ତିମାନେ ଏହା ପୂର୍ବରୁ କାର୍ଡ ଫେରସ୍ତ କରିବା ସହିତ ଖାଦ୍ୟ ସାମଗ୍ରୀର ମୂଲ୍ୟ ଦାଖଲ କରିଛନ୍ତି, ତାହା ସେମାନଙ୍କୁ ଫେରାଇ ଦିଆଯିବ। ଏହା ସହିତ ସେମାନଙ୍କ ନାଁରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ପ୍ରତ୍ୟାହାର କରି ନିଆଯିବ।”

ତିନି ବଖରା ପକ୍କା ଘର ଥିବା ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦିଆଯିବା ପାଇଁ ରହିଥିବା ନିୟମରୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ଛାଡ଼ କରାଯିବ ବୋଲି ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

Related story