ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବ ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଗଜପତିଙ୍କ ପ୍ରତିନିଧି ଓ ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ।

ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ ୨୯ ତାରିଖରେ ଶୁଣାଣି କରାଯିବ। ତେବେ ନିର୍ଦ୍ଦେଶକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବେ ଚିନ୍ତାରେ। ଶ୍ରୀମନ୍ଦିର ଆଇନ ଅନୁସାରେ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଅନୁମତି ମଧ୍ୟ ମାଗିଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ଭଣ୍ଡାର ଖୋଲିବା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏପରିକି ଯଦି ଭଣ୍ଡାରର ବାସ୍ତବ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବ ତାହେଲେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସିନ୍ଧୁକକୁ କିଭଳି ସୁରକ୍ଷା ଦିଆଯିବ ତାହା ମଧ୍ୟ ପରବର୍ତ୍ତୀ ସମୟରେ ଆଇନ ମୁତାବକ ନିଷ୍ପତ୍ତି ନିଆଯିବ।

ନାଟମଣ୍ଡପ ମରାମତି ପୂର୍ବରୁ ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ଜାଣିବାକୁ ଚାହିଁଛି ମନ୍ଦିର ପ୍ରଶାସନ ଓ ଏଏସ୍ଆଇ। ଭଣ୍ଡାର ଘର ଦୁର୍ବଳ ଥିଲେ, ପ୍ରଥମେ ତା’ର ମରାମତି କରାଯିବ। ଏହାପରେ ଯାଇ ନାଟମଣ୍ଡପ କାମ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।

Ordigital Desk
• Published: Monday, 26 March 2018
• Updated: 26 March 2018, 08:21 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos