ରାତିପାହିଲେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର: ଶ୍ରୀମନ୍ଦିରକୁ ପ୍ରବେଶ ଲାଗି କେମିତି ରହବି ପୂରା ପ୍ରକ୍ରିୟା, ଜାଣନ୍ତୁ
ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର।   ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଅର୍ଥାତ୍ ଦିନ ପ୍ରାୟ ୨ଟାବେଳକୁ  ଆରମ୍ଭ ହୋଇପାରେ ଭଣ୍ଡାର ଘରର ସ୍ଥିତି ଯାଞ୍ଚ । ପୂର୍ବ ନିଷ୍ପତ୍ତି  ମୁତାବକ କେଉଁ ମାନେ ଯାଞ୍ଚ ପାଇଁ ଯିବେ ତାହା ସ୍ଥିର ହୋଇସାରିଛି ।  ତେବେ ରତ୍ନଭଣ୍ଡାର ଯାଞ୍ଚବେଳେ କଡ଼ା କଡ଼ି ପାଳନ ହେବ ଏସଓପି(ଷ୍ଟାଣ୍ଡାର୍ଡ଼ ଅପରେଶନ ପ୍ରସିଜିୟର) ।  ଦର୍ଶନ ବନ୍ଦ ରହିବ ଓ ମନ୍ଦିର ଭିତରେ ଏବଂ ବାହାରେ ଜଗିବେ ୨  ପ୍ଲାଟୁନ୍ ସଶସ୍ତ୍ର ସୁରକ୍ଷାକର୍ମୀ । ଅଳଙ୍କାର ଗଣତି ହେବ ନାହିଁ ବୋଲି  ସ୍ପଷ୍ଟ ହେବା ପରେ ଏବେ ଭିତରେ କେତେ କୋଠରୀ ରହିଛି ତାକୁ  ନେଇ ବଢିଛି ଉତ୍କଣ୍ଠା।
ରହସ୍ୟମୟ ରତ୍ନଭଣ୍ଡାର ଭିତରେ ଅଛି କି ଅଧିକ  କୋଠରୀ ଖୋଲିବା ସମୟ ଯେତିକି ପାଖେଇ ଆସୁଛି, ଭକ୍ତ ଓ  ସେବାୟତଙ୍କ ମନରେ ଉତ୍କଣ୍ଠା ବି ସେତିକି ବଢି ବଢି ଚାଲିଛି । କାଲି  ଠାକୁରଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ବଢ଼ିବା ପରେ ହିଁ ରତ୍ନଭଣ୍ଡାର ଯାଞ୍ଚ  ପାଇଁ ସମୟ ସ୍ଥିର ହୋଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଭଣ୍ଡାର ଘର  ଭିତରକୁ ଗଜପତିଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ଭଣ୍ଡାର  ମେକାପ, ଦେଉଳ କରଣ, ତଢ଼ଉ କରଣଙ୍କ ସହ ଏଏସ୍ଆଇର ୩  ଜଣ ପ୍ରତିନିଧି ଓ କୋର କମିଟି ଏବଂ ହାଇକୋର୍ଟଙ୍କ ଜଣେ ଲେଖାଏଁ  ପ୍ରତିନିଧି ଯିବେ।  ସମସ୍ତେ ଶ୍ରୀମନ୍ଦିର ପକ୍ଷରୁ ଦିଆଯିବାକୁ ଥିବା ସ୍ୱତନ୍ତ୍ର  ଗାମୁଛା ପିନ୍ଧିବେ ଓ ସେମାନଙ୍କୁ କଡ଼ା ଯାଞ୍ଚ ବି ହେବ।  ସବୁଠୁ ବଡ଼ କଥା  ହେଲା ଯେଉଁମାନେ ଭଣ୍ଡାର ଘର ଯାଞ୍ଚ ପାଇଁ ଯିବେ,ସମସ୍ତେ ପ୍ରଥମେ  ଭଣ୍ଡାର ଘରର ରକ୍ଷକ ତଥା ଶ୍ରୀଲୋକନାଥଙ୍କ ପାଖରେ ଶପଥ  କରିବେ । କେବଳ ଭଣ୍ଡାର ଘରର କାନ୍ଥ ଓ ଛାତ ଯାଞ୍ଚ କରିବେ ।  ଭିତରେ ଥିବା କୌଣସି ଜିନିଷରେ ହାତ ମାରିବେ ନାହିଁ କି ଯାହା  ଦେଖିଲେ ବାହାରେ ପ୍ରକାଶ କରିବେ ନାହିଁ । ରତ୍ନଭଣ୍ଡାର ଯାଞ୍ଚ ବେଳେ  ସର୍ବ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ ଶ୍ରୀ ମନ୍ଦିର  ଭିତରେ ଓ ବାହାରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।  ୩୩ବର୍ଷ  ପରେ ଯେହେତୁ ରତ୍ନଭଣ୍ଡାରର ତୃତୀୟ କୋଠରୀ ଖୋଲାଯାଉଛି ।  ତେଣୁ ଏହାର ବାୟୁ ସଞ୍ଚାଳନ ଉପରେ ମଧ୍ୟ ଧ୍ୟାନ ଦିଆଯିବ।
ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାରରେ ରହିଛି କେତେ ଧନ  ରତ୍ନ?  ଭିତରେ ଅଛି କେତୋଟି କୋଠରୀ? ତାହା ଆଜିଯାଏଁ  କୁହେଳିକାପୂର୍ଣ୍ଣ ହୋଇ ରହିଥିଲେ ବି ଜଗନ୍ନାଥ ମହାପ୍ରଭୂ କେତେ ଧନୀ  ତାର ସମ୍ୟକ୍ ସୂଚନା ପୂର୍ବରୁ ମିଳିସାରିଛି । ଶ୍ରୀମନ୍ଦିର ଇତିହାସ  ଅନୁସାରେ ଠାକୁରଙ୍କର ୬୨୯ ପ୍ରକାର ଦୁର୍ଲଭ ଅଳଙ୍କାର ରହିଛି।   ତେବେ ଶେଷ ଥର ପାଇଁ ୧୯୭୮ ମସିହାରେ ଦୀର୍ଘ ୭୦ଦିନ ଧରି  ହୋଇଥିବା ଗଣତି ସମୟରେ ୩ଟି କୋଠରୀରେ ୫୯୮ ପ୍ରକାରର  ଅଳଙ୍କାର ମଧ୍ୟରେ ରହିଛି କେବଳ ୧୨୪ ପ୍ରକାରର କଳିଙ୍ଗି ହୀରା ।  ଆଉ ଶ୍ରୀଜୀଉମାନେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣିରେ ପରିଧାନ  କରୁଥିବା ସୁନାର ଓଜନ ରହିଛି ୧୨, ୮୩୮ ଭରି ।   ତେବେ ଯାଞ୍ଚ ପ୍ରକ୍ରିୟାରେ  ଶ୍ରୀଜଗନ୍ନାଥଙ୍କ ଅାଦ୍ୟସେବକ ଗଜପତି ମହାରାଜା ସାମିଲ ହେବାକୁ  ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମିଳନୀ।
Ordigital Desk
• Published: Tuesday, 03 April 2018
• Updated: 03 April 2018, 08:11 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos