ପୁରୀ: ମହାପ୍ରଭୁଙ୍କ ରତ୍ନଚିତାର ମରାମତି କାର୍ଯ୍ୟ ଆରମ୍ଭ

ପୁରୀ:  ମହାପ୍ରଭୁଙ୍କ ମସ୍ତକରେ ଲାଗୁଥିବା ଦୁର୍ମୂଲ୍ୟ ରତ୍ନ ଖଚିତ ଚିତାର ମରାମତି ଆରମ୍ଭ ହୋଇଛି। ରତ୍ନଖଚିତ ଚିତାରେ ଲାଗିଥିବା ପଥର ଦୋହଲୁଥିବାରୁ ଏହାର ମରାମତି ପାଇଁ ପ୍ରତିବର୍ଷ ସେବାୟତଙ୍କ ତରଫରୁ ଦାବୀ କରାଯାଉଥିଲା। ତେଣୁ ଚଳିତ ବର୍ଷ ମହାଅନବସରରେ ଏହି ମରାମତିର ସୁଯୋଗ ରହିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ମରାମତି ଆରମ୍ଭ ହୋଇଛି। ଦେବସାନ୍ନ ପୂର୍ଣ୍ଣିମା ଦିନ ୧୦୮କୁମ୍ଭ ସାନ୍ନ ପରେ ଅଣସରପିଣ୍ଡିରେ ଦଇତାପତି ମାନେ ଶ୍ରୀଜୀଉଙ୍କର ଚିତାକୁ କାଢିଦେଇଥିଲେ। ଯାହାକି ଆଗାମୀ ଶ୍ରାବଣ ଅମାବାସ୍ୟା ଚିତାଲାଗି ଅମାବାସ୍ୟା […]

suresha

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 01:39 AM IST

ପୁରୀ:  ମହାପ୍ରଭୁଙ୍କ ମସ୍ତକରେ ଲାଗୁଥିବା ଦୁର୍ମୂଲ୍ୟ ରତ୍ନ ଖଚିତ ଚିତାର ମରାମତି ଆରମ୍ଭ ହୋଇଛି। ରତ୍ନଖଚିତ ଚିତାରେ ଲାଗିଥିବା ପଥର ଦୋହଲୁଥିବାରୁ ଏହାର ମରାମତି ପାଇଁ ପ୍ରତିବର୍ଷ ସେବାୟତଙ୍କ ତରଫରୁ ଦାବୀ କରାଯାଉଥିଲା। ତେଣୁ ଚଳିତ ବର୍ଷ ମହାଅନବସରରେ ଏହି ମରାମତିର ସୁଯୋଗ ରହିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ମରାମତି ଆରମ୍ଭ ହୋଇଛି। ଦେବସାନ୍ନ ପୂର୍ଣ୍ଣିମା ଦିନ ୧୦୮କୁମ୍ଭ ସାନ୍ନ ପରେ ଅଣସରପିଣ୍ଡିରେ ଦଇତାପତି ମାନେ ଶ୍ରୀଜୀଉଙ୍କର ଚିତାକୁ କାଢିଦେଇଥିଲେ। ଯାହାକି ଆଗାମୀ ଶ୍ରାବଣ ଅମାବାସ୍ୟା ଚିତାଲାଗି ଅମାବାସ୍ୟା ଦିନ ବିଧି ବିଧାନ ସହ ଏହି ଚିତା ଲଗାଯାଇଥାଏ। ଶ୍ରୀଜଗନ୍ନାଥଙ୍କୁ ହୀରାରେ ଖଚିତ ଚିତା, ବଡଭାଇ ବଳଭଦ୍ରଙ୍କୁ ନୀଳା, ଦେବୀ ସୁଭଦ୍ରା ମାଣିକ୍ୟ ଖଚିତ ଚିତା ପରିଧାନ କରିଥାନ୍ତି। ସଂପୂର୍ଣ୍ଣ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏହାର ମରାମତି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Related story