ରାଉରକେଲା: ନିଆଁରେ ପୋଡ଼ି ୩ ଶିଶୁ ଜୀବନ୍ତ ଦଗ୍ଧ

ରାଉରକେଲା: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ୍ ପତରାପଲିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇନ୍ତି। ଗାଁର ଏତୋ ଓରାମ୍‌ଙ୍କ ଦୁଇ ପୁଅ ଓ ଝିଅ ଘର ନିକଟ ଘୁଷୁରୀ ଗୁହାଳରେ ଖେଳୁଥିବା ବେଳେ ନିଆଁ ଲାଗିଯାଇଥିଲା। ଫଳରେ ସେମାନେ ଗୁହାଳରୁ ବାହାରି ନ ପାରି  ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ ୫ ବର୍ଷର ଓ ଅଢ଼େଇ ବର୍ଷର ଦୁଇ ପୁଅ ଏବଂ ଦେଢ଼ବର୍ଷର ଗୋଟିଏ ଝିଅ ଅଛି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।  ଗୁହାଳରେ ନିଆଁ ଲାଗିବା ସମୟରେ ମୃତ ଶିଶୁଙ୍କ ବାପା-ମା’ ଘରେ ନ ଥିବା ଜଣାପଡ଼ିଛି।

ବିଶ୍ରା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି  ତଦନ୍ତ କରୁଛି।