ରାଉରକେଲା: ଦେଶର ବିଭିନ୍ନ ମେଡ଼ିକାଲ କଲେଜରେ ଆଡମିସନ କରାଇ ଦେବାର ବିଶ୍ଵାସ ଦେଖାଇ ଛାତ୍ରଛାତ୍ରୀ ଓ ଅଭିଭାବକଠାରୁ ଅର୍ଥ ଲୁଟୁଥିବା ଏକ ଠକ ଦଳର ୩ ଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ୧୦ଟି ପାସବୁକ୍ ଜବତ କରାଯାଇଛି।
ଏଆଇପିଏମ୍ଟି ଓ ଏନ୍ଇଇଟି ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ଅସଫଳ ହୋଇଛନ୍ତି ସେମାନଙ୍କ ଲିଷ୍ଟ ବାହାର କରି ଏହି ଠକ ଦଳ ମୋବାଇଲ ଜରିଆରେ ସେମାନଙ୍କୁ ଆଡମିସନ କରିଦେବାକୁ କହିବା ସହ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହୁଥିଲେ।
ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ୧୦ରୁ ୧୨ ଲକ୍ଷ ଟଙ୍କା ଥିବା ଜଣାପଡିଛି। ଏହି ସ୍କାମରେ ୫୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଏହି ଠକେଇ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରହିଛି। ଆଜି ରାଉରକେଲା ପୋଲିସର ୨ଟି ଟିମ ରାଜ୍ୟ ବାହାରକୁ ଯାଇଛନ୍ତି।