ରାଉରକେଲା ଜେଏମଏଫସି ଓ ସ୍ଥାନୀୟ ପୋଲିସ ଗଣ୍ଡଗୋଳ ଘଟଣା: ତତ୍କାଳୀନ ଆଇଆଇସିଙ୍କ ବିରୋଧରେ ପେନାଲଟି ପ୍ରୋସିଡିଂ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୧୧ ଏପ୍ରିଲ ୨ ତାରିଖରେ ରାଉରକେଲାରେ ତତ୍କାଳୀନ ଜେଏମ୍ଏଫସି ଅରୁଣ ପଟ୍ଟନାୟକ ଓ ସ୍ଥାନୀୟ ପୋଲିସ ମଧ୍ୟରେ ଗଣ୍ଡଗୋଳ ନେଇ ଜଷ୍ଟିସ ଏ.ଏସ୍. ନାଇଡୁ କମିଶନଙ୍କ ତଦନ୍ତର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। କମିଶନଙ୍କ ସୁପାରିଶ କ୍ରମେ କର୍ତ୍ତବ୍ୟରେ ଅବହେଳା ଓ ଆଦେଶ ଅବମାନନା ପାଇଁ ଉଦିତନଗର ଥାନାର ତତ୍କାଳୀନ ଆଇଆଇସି ସଦାନନ୍ଦ ପୁଜାରୀଙ୍କ ବିରୋଧରେ ବଡ ଧରଣର ପେନାଲଟି ପ୍ରୋସିଡିଂ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ସେହିପରି […]

assembly

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 03:46 PM IST

ଭୁବନେଶ୍ୱର: ୨୦୧୧ ଏପ୍ରିଲ ୨ ତାରିଖରେ ରାଉରକେଲାରେ ତତ୍କାଳୀନ ଜେଏମ୍ଏଫସି ଅରୁଣ ପଟ୍ଟନାୟକ ଓ ସ୍ଥାନୀୟ ପୋଲିସ ମଧ୍ୟରେ ଗଣ୍ଡଗୋଳ ନେଇ ଜଷ୍ଟିସ ଏ.ଏସ୍. ନାଇଡୁ କମିଶନଙ୍କ ତଦନ୍ତର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। କମିଶନଙ୍କ ସୁପାରିଶ କ୍ରମେ କର୍ତ୍ତବ୍ୟରେ ଅବହେଳା ଓ ଆଦେଶ ଅବମାନନା ପାଇଁ ଉଦିତନଗର ଥାନାର ତତ୍କାଳୀନ ଆଇଆଇସି ସଦାନନ୍ଦ ପୁଜାରୀଙ୍କ ବିରୋଧରେ ବଡ ଧରଣର ପେନାଲଟି ପ୍ରୋସିଡିଂ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ସେହିପରି ୨୦୦୯ ବଲାଙ୍ଗିରରେ ପୋଲିସ ଗାଡିରେ ଛାତ୍ର ମୃତ୍ୟୁ ଓ ପରବର୍ତ୍ତୀ ହିଂସାକାଣ୍ଡ ନେଇ ଜଷ୍ଟିସ ଏସ୍.କେ. ମହାନ୍ତି କମିଶନଙ୍କ ତଦନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଆଜି ମଧ୍ୟ ଉପସ୍ଥାପିତ ହୋଇଛି । ଜଷ୍ଟିସ ମହାନ୍ତି କମିଶନଙ୍କ ସୁପାରିଶ ଅନୁସାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏଥିରେ ଦର୍ଶାଯାଇଛି ।

Related story