ସାର୍‌ ଆସିଲେନି, ପୂଜା ହେଲାନି: ତାଲା ପକାଇଲେ ଅଭିଭାବକ

Ordigital Desk
  • Published: Friday, 25 August 2017
  • , Updated: 25 August 2017, 06:27 PM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): &nbsp;ଆଜି ବିଘ୍ନବିନାଶକଙ୍କ ପୂଜା ଉତ୍ସବ। ସବୁ ଶିକ୍ଷାନୁଷ୍ଠାନରେ ଧୂମ୍&zwnj;ଧାମରେ ପୂଜା ପାଳନ କରାଯାଉଛି। ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପଣ୍ଡ୍ରାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଗଣେଶ ପୂଜା ହୋଇନି। ପିଲାମାନେ ସ୍କୁଲ ଆସି ନିରାଶ ହୋଇ ଘରକୁ ଫରିଛନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଅଭିଭାବକମାନେ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି।</p> <p>ପଣ୍ଡ୍ରାମୁଣ୍ଡା ସ୍କୁଲରେ ଦୁଇ ଜଣ ଶିକ୍ଷକ ଅଛନ୍ତି। ଗଣେଶ ପୂଜା ପାଇଁ ୫୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରାଯାଇଥିଲା। ଆଜି ଗଣେଶ ପୂଜା ହୋଇଥିବାରୁ ପିଲାମାନେ ହାତରେ ପୂଜାଡାଲା ଧରି ସ୍କୁଲ ଆସିଥିଲେ। ମାତ୍ର ସ୍କୁଲରେ କେହି ନଥିଲେ। ପିଲାମାନେ ବହୁ ସମୟ ଅପେକ୍ଷ କରି ନିରାଶ ହୋଇ ଘରକୁ ଫେରିଥିଲେ। ଏ ସମ୍ପର୍କରେ ଅଭିଭାବକମାନେ ଜାଣିପାରି ସ୍କୁଲରେ ତାଲା ପକାଇ ଦେଇଥିଲେ।</p> <p>ଏନେଇ ଜଣେ ଛାତ୍ରୀ କହିଛନ୍ତି-&ldquo;ଗଣେଶ ପୂଜା ପାଇଁ ଚାନ୍ଦା ହୋଇଥିଲା। ଆମେ ଚାନ୍ଦା ମଧ୍ୟ ଦେଇଥିଲୁ। ମାତ୍ର ଆଜି ସ୍କୁଲକୁ କେହି ଆସିନଥିବାରୁ ଗଣେଶ ପୂଜା ହୋଇପାରିନି।&rdquo;</p>

Related story