ଅଧାରୁ ପାଠ ଛାଡ଼ୁଥିବା ପିଲା ସଂଖ୍ୟା ରାୟଗଡ଼ାରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଡ୍ରପ୍‌ଆଉଟ୍ ହାର ୫.୪୨ ପ୍ରତିଶତ ଥିବା ବେଳେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଏହି ହାର ସର୍ବାଧିକ ରହିଛି। ଆଜି ବିଧାନସଭାରେ […]

samirdash

Tapaswini Nayak
  • Published: Wednesday, 26 February 2020
  • , Updated: 26 February 2020, 03:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଡ୍ରପ୍‌ଆଉଟ୍ ହାର ୫.୪୨ ପ୍ରତିଶତ ଥିବା ବେଳେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଏହି ହାର ସର୍ବାଧିକ ରହିଛି। ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡ଼ାରେ ସର୍ବାଧିକ ୧୧.୬୭ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। କେନ୍ଦ୍ରାପଡ଼ାରେ ଏହି ହାର ୮.୯୩ ପ୍ରତିଶତ ଥିବା ବେଳେ କଳାହାଣ୍ଡିରେ ୮.୪୬% ରହିଛି।”

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଉଚ୍ଚ ପ୍ରାଥମିକରେ ରାୟଗଡ଼ାରେ ସର୍ବାଧିକ ୧୭.୧୦ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁ ଥିବା ବେଳେ ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ  ପିଲା ପାଠ ଛାଡ଼ୁଛନ୍ତି। ସେହିପରି ମାଧ୍ୟମିକ ସ୍ତରରେ ପୁରୀରେ ସର୍ବାଧିକ ୧୦.୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି।

Related story