ରାୟଗଡ଼ା: ନକଲି ମାଓବାଦୀ ଗିରଫ

ରାୟଗଡ଼ା: ମାଓବାଦୀ ନାଁରେ ଲୋକଙ୍କୁ ଭୟଭୀତ କରି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ମୁନିଗୁଡ଼ା ପୋଲିସ୍ ଶୁକ୍ରବାର ସକାଳେ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ କ୍ଷୀରସିନ୍ଧୁ ହିଧାଳ। ତା’ ଘର ମୁନିଗୁଡ଼ା ଥାନା ଅନ୍ତର୍ଗତ ଧୋବାଗୁଡ଼ି ଗାଁରେ। ତାକୁ କୋର୍ଟ ଚାଲାଣ କରାଯାଇଥିବା ମୁନିଗୁଡ଼ା ଆଇଆଇସି ଶିବ ପ୍ରସାଦ ଦାସ କହିଛନ୍ତି। ଅଭିଯୁକ୍ତ ତା’ ଦୋଷ ସ୍ୱୀକାର କରିଥିବା ସେ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ କ୍ଷୀରସିନ୍ଧୁ କୁଟ୍ରାଗଡ଼ ସରପଞ୍ଚଙ୍କୁ ମାଓବାଦୀ ନାଁରେ ଭୟଭୀତ […]

nakalimao

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 01:23 PM IST

ରାୟଗଡ଼ା: ମାଓବାଦୀ ନାଁରେ ଲୋକଙ୍କୁ ଭୟଭୀତ କରି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ମୁନିଗୁଡ଼ା ପୋଲିସ୍ ଶୁକ୍ରବାର ସକାଳେ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ କ୍ଷୀରସିନ୍ଧୁ ହିଧାଳ। ତା’ ଘର ମୁନିଗୁଡ଼ା ଥାନା ଅନ୍ତର୍ଗତ ଧୋବାଗୁଡ଼ି ଗାଁରେ। ତାକୁ କୋର୍ଟ ଚାଲାଣ କରାଯାଇଥିବା ମୁନିଗୁଡ଼ା ଆଇଆଇସି ଶିବ ପ୍ରସାଦ ଦାସ କହିଛନ୍ତି। ଅଭିଯୁକ୍ତ ତା’ ଦୋଷ ସ୍ୱୀକାର କରିଥିବା ସେ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ କ୍ଷୀରସିନ୍ଧୁ କୁଟ୍ରାଗଡ଼ ସରପଞ୍ଚଙ୍କୁ ମାଓବାଦୀ ନାଁରେ ଭୟଭୀତ କରାଇ ସାଢ଼େ ତିନି ଲକ୍ଷ ଟଙ୍କା ମାଗିଥିଲା। ଏନେଇ ମୁନିଗୁଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ମୋବାଇଲ୍ ଟ୍ରାକିଂ କରି ତାକୁ ଗିରଫ କରିଥିଲା। କ୍ଷୀରସିନ୍ଧୁ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ପୋଲିସ୍ ତା’ଠାରୁ କିଛି ଚୋରି ସାମଗ୍ରୀ ଜବତ କରିଛି।

Related story